ଜାତୀୟବାଣିଜ୍ୟ

Tata Trust Meeting Cancel: ଟାଟା ଟ୍ରଷ୍ଟ ବୋର୍ଡ ବୈଠକ ବାତିଲ

ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟାଙ୍କ ପୁଅ ନେଭିଲ ଟାଟାଙ୍କୁ ଟ୍ରଷ୍ଟି ଭାବେ ନିଯୁକ୍ତି ଦିଆଯିବାର ଯୋଜନା ରହିଥିଲା। କିନ୍ତୁ ସଂଖ୍ୟା ଅଭାବ ପାଇଁ ବୋର୍ଡ ବୈଠକ ହୋଇ ପାରି ନଥିବା ଏକ ସୂତ୍ରରୁ ଜଣାଯାଇଛି।

ମୁମ୍ବାଇ: ସାର୍‌ ରତନ ଟାଟା ଟ୍ର‌ଷ୍ଟ୍‌ ପକ୍ଷରୁ ଶନିବାର ହେବାକୁ ଥିବା ବୋର୍ଡ ବୈଠକ ବାତିଲ ହୋଇଯାଇଛି। ଏହି ବୈଠକରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟାଙ୍କ ପୁଅ ନେଭିଲ ଟାଟାଙ୍କୁ ଟ୍ରଷ୍ଟି ଭାବେ ନିଯୁକ୍ତି ଦିଆଯିବାର ଯୋଜନା ରହିଥିଲା। କିନ୍ତୁ ସଂଖ୍ୟା ଅଭାବ ପାଇଁ ବୋର୍ଡ ବୈଠକ ହୋଇ ପାରି ନଥିବା ଏକ ସୂତ୍ରରୁ ଜଣାଯାଇଛି। ନେଭିଲ ଟାଟାଙ୍କୁ ଟ୍ରଷ୍ଟରେ ନିଯୁକ୍ତି ଦେବାଲାଗି ଗତ ୨ ମାସ ତଳେ ହୋଇଥିବା ପ୍ରଥମ ଉଦ୍ୟମ ବିଫଳ ହେବା ପରେ ୧୭ ତାରିଖ ପାଇଁ ଆହୂତ ବୋର୍ଡ ବୈଠକ ବାତିଲ ହୋଇଛି।

ନୂଆ ଟ୍ରଷ୍ଟି ନିଯୁକ୍ତି ପାଇଁ ଅନ୍ୟ ସମସ୍ତ ଟ୍ରଷ୍ଟି ଉପସ୍ଥିତ ରହିବାର ଆବଶ୍ୟକତା ରହିଛି। କିନ୍ତୁ ଏହା ସମ୍ଭବ ହୋଇ ପାରି ନଥିବା ଜଣାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହି ବୈଠକ ହେବା ନେଇ ଆଶା କରାଯାଉଛି। ଟ୍ରଷ୍ଟିମାନଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସହମତି ନେଇ ଆଉ କିଛିଦିନ ସମୟ ଲାଗିପାରେ। ସାର୍‌ ରତନ ଟାଟା ଟ୍ରଷ୍ଟରେ ସଂପ୍ରତି ନୋ‌ଏଲ ଟାଟା, ଭେନୁ ଶ୍ରୀନିବାସନ, ବିଜୟ ସିଂହ ଜିମ୍ମି ଏନ୍‌ ଟାଟା, ଜାହାଙ୍ଗୀର ଏଚ୍‌ସି ଜାହାଙ୍ଗୀର ଏବଂ ଡେରିୟସ୍‌ ଖମ୍ବାଟା ଟ୍ରଷ୍ଟି ରହିଛନ୍ତି।

ଗତବର୍ଷ ନଭେମ୍ବରରେ ନେଭିଲ ଟାଟା ଏବଂ ଭାସ୍କର ଭଟ୍ଟଙ୍କୁ ସାର୍‌ ଦୋରାବ୍‌ଜୀ ଟାଟା ଟ୍ରଷ୍ଟ୍‌ରେ ନିଯୁକ୍ତି ଦିଆଯାଇଥିଲା। ଟାଟା ଗ୍ରୁପ୍‌ର ମୂଳ କମ୍ପାନି ଟାଟା ସନ୍ସରେ ସାର୍‌ ରତନ ଟାଟା ଟ୍ରଷ୍ଟ୍‌ର ୨୩.୬ ପ୍ରତିଶତ ଅଂଶଧନ ରହିଛି। ସେହିଭଳି ସାର୍‌ ଦୋରାବ୍‌ଜୀ ଟାଟା ଟ୍ରଷ୍ଟର ୨୮ ପ୍ରତିଶତ ଅଂଶଧନ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button