ବିଶେଷ

Unique plant: ଅନନ୍ୟ ଉଦ୍ଭିଦ: ଜୀବନକାଳରେ ଥରେ ଫୁଟେ ସିକ୍କିମ ସୁନ୍ଦରୀ

ପୂର୍ବ ହିମାଳୟ ‌କୋଳରେ ଅବସ୍ଥିତ ସିକ୍କିମ୍‌ରେ ଏକ ବିରଳ ଉଦ୍ଭିଦ ଦେଖିବାକୁ ମିଳେ। ସ୍ଥାନୀୟ ଲୋକେ ତାହାକୁ ସିକ୍କିମ ସୁନ୍ଦରୀ ବୋଲି ଅଭିହିତ କରିଥାନ୍ତି। ଉଦ୍ଭିଦ ବିଜ୍ଞାନୀଙ୍କ ଭାଷାରେ ଏହାର ନାମ ‘ରେଉମ୍ ନୋବିଲେ’।

ବିଭୂତି ପତି

ପୂର୍ବ ହିମାଳୟ ‌କୋଳରେ ଅବସ୍ଥିତ ସିକ୍କିମ୍‌ରେ ଏକ ବିରଳ ଉଦ୍ଭିଦ ଦେଖିବାକୁ ମିଳେ। ସ୍ଥାନୀୟ ଲୋକେ ତାହାକୁ ସିକ୍କିମ ସୁନ୍ଦରୀ ବୋଲି ଅଭିହିତ କରିଥାନ୍ତି। ଉଦ୍ଭିଦ ବିଜ୍ଞାନୀଙ୍କ ଭାଷାରେ ଏହାର ନାମ ‘ରେଉମ୍ ନୋବିଲେ’। ଏହି ଚମତ୍କାର ଉଦ୍ଭିଦର ଫୁଲ ସିକ୍କିମର ଶ୍ରେଷ୍ଠ ଆକର୍ଷଣ ମଧ୍ୟରୁ ଅନ୍ୟତମ। ହିମାଳୟର ଶାନ୍ତ ପରିବେଶରେ ପର୍ଯ୍ୟଟକ ଓ ପର୍ବତାରୋହୀଙ୍କ ପାଇଁ ସିକ୍କିମ ସୁନ୍ଦରୀ ଫୁଲର ଦର୍ଶନ ଏକ ଆଧ୍ୟାତ୍ମିକ ଉପଲବ୍ଧି ଓ ସୌଭାଗ୍ୟ ବୋଲି ସ୍ଥାନୀୟ ଜନସାଧାରଣ ବିଶ୍ୱାସ କରନ୍ତି। ଭାରତର ସୁପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସିକ୍କିମ ସୁନ୍ଦରୀକୁ ସୌନ୍ଦର୍ଯ୍ୟ ଓ ଧୈର୍ଯ୍ୟର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି। ସିକ୍କିମ ସୁନ୍ଦରୀ ଉଦ୍ଭିଦ ହିମାଳୟର ୪୦୦୦ରୁ ୪୮୦୦ ମିଟର ଉଚ୍ଚତାରେ ଦେଖିବାକୁ ମିଳେ ଏବଂ ଏହା ଏକ ଗ୍ଲାସ୍ ହାଉସ୍ ପ୍ଲାଣ୍ଟ୍‌ ଭାବେ ପରିଚିତ। ଏହି ଉଦ୍ଭିଦର ଲମ୍ବା ଓ ସ୍ୱଚ୍ଛପତ୍ର ପ୍ରାକୃତିକ ଗ୍ରିନ୍ ହାଉସ୍ ସଦୃଶ କାର୍ଯ୍ୟକରି ଉତ୍ତାପ ପ୍ରତିରୋଧ କରେ ଏବଂ ପତ୍ର ଘୋଡ଼ାଇ ହୋଇ ରହିଥିବା ଅତ୍ୟନ୍ତ କୋମଳ ଫୁଲଗୁଡ଼ିକୁ ତୁଷାରପାତ, ଥଣ୍ଡା ପବନ ଓ ତୀବ୍ର ଅତିବାଇଗଣୀ ରଶ୍ମିରୁ ରକ୍ଷାକରେ। ହିମାଳୟର ପ୍ରାକୃତିକ ଦୃଶ୍ୟ ମଧ୍ୟରେ ଏହି ଉଦ୍ଭିଦ ଉଜ୍ଜ୍ୱଳ ପରାୟ ଦେଖାଯାଏ। ଏହା ପଥର ଓ ବରଫରେ ଚମକୁଥିବା ଏକ ଖମ୍ବ ଭଳି ଦୃଷ୍ଟିଗୋଚର ହୁଏ।

ହିମାଳୟର ପରମ୍ପରାରେ ରେଉମ୍ ନୋବିଲେ (ସିକ୍କିମ ସୁନ୍ଦରୀ) ଉଦ୍ଭିଦର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଏକାଧିକ ଆୟୁର୍ବେଦ ଚିକିତ୍ସାରେ ବ୍ୟବହାର କରାଯାଏ। ଏହାର ପତ୍ର ଅତ୍ୟନ୍ତ ପତଳା। ଯେତେବେଳେ ହିମାଳୟର ଥଣ୍ଡା ପବନରେ ପତ୍ର ଦୋହଲି ଉଠେ ସେତେବେଳେ ଏକ ସଂଗୀତମୟ ଧ୍ୱନି ସୃଷ୍ଟି କରିଥାଏ, ଯାହାକୁ ସ୍ଥାନୀୟ ସଂଗୀତକାରମାନେ ନିଜର ସୃଷ୍ଟିରେ ସ୍ଥାନ ଦେଇଛନ୍ତି। ସିକ୍କିମ ସୁନ୍ଦରୀକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ସେ ପ୍ରଶ୍ନ କରିଛନ୍ତି, ଆମେ ଦୂର ମହାଦେଶରେ ଥିବା ଉଦ୍ଭିଦ ବିଷୟରେ ଅନେକ କଥା ଜାଣୁଥିବା ବେଳେ ଆମ ଚାରିପାଖରେ ଅନେକ ଚମତ୍କାର ତଥା ବିରଳ ଉଦ୍ଭିଦ ଥିବାବେଳେ ଏହା ଆମ ଦୃଷ୍ଟିର ଆଢୁଆଳରେ କାହିଁକି ରହିଯାଉଛନ୍ତି? ଏସବୁର ସଂରକ୍ଷଣ, ପ୍ରଚାର ଓ ପ୍ରସାର ପାଇଁ ସଚେତନତା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button