ଦେଶ ବିଦେଶ

UPSC SUCCESS STORY: ୯ ଘଣ୍ଟାର ଅଫିସ କାମ ପରେ ୟୁପିଏସସି ପାଇଁ ହେଉଥି‌ଲେ ପ୍ରସ୍ତୁତି: ପ୍ରଥମ ପ୍ରୟାସରେ ଉତ୍ତୀର୍ଣ୍ଣ ହେଲେ ସୃଷ୍ଟି

ସମ୍ପ୍ରତି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଦେଶରେ ଷଷ୍ଠ ସ୍ଥାନ ହାସଲ କରି ଚର୍ଚ୍ଚାର ପରିସରକୁ ଆସିଥିବା ଦିଲ୍ଲୀର ବାସିନ୍ଦା ସୃଷ୍ଟି ଡବାସ ନିଜର ସଂଘର୍ଷ କାହାଣୀ ବଖାଣିଛନ୍ତି।

ନୂଆଦିଲ୍ଲୀ: ଜୀବନରେ ଦେଖିଥିବା ସ୍ବପ୍ନକୁ ପୁରଣ କରିବାକୁ ହେଲେ ଦୃଢ଼ ନିଷ୍ଠା ଏବଂ କଠିନ ପରିଶ୍ରମ ନିହାତି ଆବଶ୍ୟକ ହୋଇଥାଏ। କଥାରେ ଅଛି ପ୍ରତ୍ୟେକ ସଫଳ ମଣିଷ ପଛରେ ଏକ ସଂଘର୍ଷର କ‌ାହାଣୀ ଯୋଡ଼ି ହୋଇ ରହିଥାଏ। କାରଣ ବିନା ପରିଶ୍ରମରେ ସଫଳତାର ଫଳ ପ୍ର‌ାପ୍ତ ହୋଇ ନଥାଏ।ସମ୍ପ୍ରତି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଦେଶରେ ଷଷ୍ଠ ସ୍ଥାନ ହାସଲ କରି ଚର୍ଚ୍ଚାର ପରିସରକୁ ଆସିଥିବା ଦିଲ୍ଲୀର ବାସିନ୍ଦା ସୃଷ୍ଟି ଡବାସ ନିଜର ସଂଘର୍ଷ କାହାଣୀ ବଖାଣିଛନ୍ତି।

ସୃଷ୍ଟି ଡବାସ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରେ କାମ କରୁଥିବା ସମୟରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଦିନକୁ ୮ ରୁ ୯ ଘଣ୍ଟା କାମ କରିବା ପରେ ପାଠପଢ଼ିବା ପାଇଁ ସମୟ ବାହାର କରିବା ତାଙ୍କ ପାଇଁ ସହଜ ନଥିଲା। କିନ୍ତୁ ଦେଖିଥିବା ସ୍ବପ୍ନକୁ ପୁରା କରିବାର ଜିଦ ସାମ୍ନାରେ ‌ସେ ସବୁପ୍ରକାର କଷ୍ଟ ଓ ସମସ୍ୟାକୁ ମୁଣ୍ଡପାତି ସହି ଯାଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କରେ କାମ କରୁଥିବା ସତ୍ତ୍ବେ ସୃଷ୍ଟିଙ୍କ ସ୍ୱପ୍ନ ଥିଲା ଦେଶର ସେବା କରିବା ସହିତ ପ୍ରଶାସନିକ ଦାୟିତ୍ୱ ନିର୍ବାହ କରିବେ। ସେଥିପାଇଁ ସେ ଚାକିରି ଜାରି ରଖିବା ସହିତ ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଥିବା ସୃଷ୍ଟି କହିଛନ୍ତି, ‘ଏହି ଯାତ୍ରା ମୋ ପାଇଁ ସହଜ ନଥିଲା। ହଠାତ ବାପା ଆମ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଗଲେ। ମା’ଙ୍କ କାନ୍ଧରେ ପଡ଼ିଲା ପରିବାରର ସମ୍ପୂର୍ଣ୍ଣ ଭାର। ମା’ଙ୍କ କଷ୍ଟ ମୁଁ ସହ୍ୟ କରି ପାରୁ ନଥିଲି। ବ୍ୟାଙ୍କ ଚାକିରି ସିନା କରୁଥିଲି କିନ୍ତୁ ଦେଶ ଓ ସାମାଜ ପାଇଁ କିଛି କରିବାର ଆଶା ପ୍ରତି ମୁହୂର୍ତ୍ତରେ ମୋ ଭିତରେ ଉଙ୍କି ମାରୁଥିଲା।  ଅଫିସରେ ସମୟ ପାଇଲେ ତାହାକୁ ସାଙ୍ଗସାଥୀଙ୍କ ସହିତ ଗପ କରି ନଷ୍ଟ କରିବା ବଦଳରେ ମୁଁ ଲାଇବ୍ରେରିକୁ ଯାଇ ବହି ପଢିବା, ନୋଟ୍ ଲେଖିବା ଏବଂ ପୁରୁଣା ପ୍ରଶ୍ନଗୁଡ଼ିକର ସମୀକ୍ଷା କରିଥାଏ । ଛୁଟି ଦିନରେ ବିଶ୍ରାମ ନେବା ପରିବର୍ତ୍ତେ ପାଠପଢ଼ା ପ୍ରତି ଧ୍ୟାନ ଦେଉଥିଲୁ। କାରଣ ମୁଁ ଜାଣଥିଲି ଏ ସମୟ ଚାଲିଗଲେ ଯେତେ ଚେଷ୍ଟା କଲେ ମଧ୍ୟ ତାହାକୁ ଆଉ ଫେରି ପାଇ ପାରିବି ନାହିଁ।’

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button