ଦେଶ ବିଦେଶ

US bombs: ସିରିଆ ଆଇଏସ୍‌ ଶିବିର ଉପରେ ଆମେରିକାର ବୋମାବର୍ଷା

ଆମେରିକାର କେନ୍ଦ୍ରୀୟ କମାଣ୍ଡ(ସେଣ୍ଟ୍‌କମ୍) ବାହିନୀ ଓ ସହଯୋଗୀ ବାହିନୀର ମିଳିତ ଅପରେସନ୍ ‘ହକ୍ ଆଇ’ ଅଭିଯାନରେ ସିରିଆରେ ଅନେକ ଇସ୍‌ଲାମିକ ଷ୍ଟେଟ୍‌(ଆଇଏସ୍‌) ଶିବିର ଉପରେ....

ଦାମାସକସ୍/ୱାସିଂଟନ: ଆମେରିକାର କେନ୍ଦ୍ରୀୟ କମାଣ୍ଡ(ସେଣ୍ଟ୍‌କମ୍) ବାହିନୀ ଓ  ସହଯୋଗୀ ବାହିନୀର ମିଳିତ  ଅପରେସନ୍ ‘ହକ୍ ଆଇ’ ଅଭିଯାନରେ ସିରିଆରେ ଅନେକ ଇସ୍‌ଲାମିକ ଷ୍ଟେଟ୍‌(ଆଇଏସ୍‌) ଶିବିର ଉପରେ   ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି। ସେଣ୍ଟକମ୍ ପକ୍ଷରୁ ଏସମ୍ପର୍କରେ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ପୋଷ୍ଟରେ କୁହାଯାଇଛି, ଏୟାର ଷ୍ଟ୍ରାଇକ୍  ଆମେରିକା ସମୟ  ମଧ୍ୟାହ୍ନ ସାଢ଼େ ୧୨ଟାରେ ହୋଇଥିଲା।   ଯୁଦ୍ଧ ବିମାନ ଆକ୍ରମଣରେ ସିରିଆରେ ପ୍ରମୁଖ ଆଇଏସ୍‌ ଶିବିର ଧ୍ବସ୍ତ ହୋଇଛି। ଏହା ଦ୍ବାରା ଆମ ସୈନ୍ୟଙ୍କ ବିରୋଧରେ ହେଉଥିବା ଇସଲାମିକ୍ ଆତଙ୍କବାଦର ମୂଳପୋଛ ହେବ। ଭବିଷ୍ୟତର ଆକ୍ରମଣକୁ ରୋକିବା ଏବଂ ଏହି ଅଞ୍ଚଳରେ ଆମେରିକା ଏବଂ ସହଯୋଗୀ ବାହିନୀକୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମିଳିତ ବାହିନୀ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଥିବା ଆତଙ୍କବାଦୀଙ୍କୁ ଧ୍ବଂସ କରିବାକୁ ସଂକଳ୍ପବଦ୍ଧ ବୋଲି କୁହାଯାଇଛି।

ସେଣ୍ଟ୍‌କମ୍  କହିଛି, ୧୩ ଡିସେମ୍ବର ୨୦୨୫ରେ ସିରିଆର ପାଲମିରାରେ ଆମେରିକୀୟ ଏବଂ ସିରିଆ  ସେନା ଉପରେ ଆଇଏସ୍‌ ଆକ୍ରମଣର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ୧୯ ଡିସେମ୍ବର ୨୦୨୫ରେ ଅପରେସନ୍ ‘ହକ୍ ଆଇ’  ଷ୍ଟ୍ରାଇକ୍ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ସେଣ୍ଟକମ୍ ଅନୁଯାୟୀ, ପାଲମିରା ଆକ୍ରମଣ ଜଣେ ଆଇଏସ୍‌ ଆତଙ୍କବାଦୀ ଦ୍ୱାରା କରାଯାଇଥିଲା। ଏଥିରେ ଦୁଇ ଜଣ ଆମେରିକୀୟ ସୈନିକ ଏବଂ ଜଣେ ଆମେରିକୀୟ ବେସାମରିକ ଅନୁବାଦକଙ୍କ ମୃତ୍ୟୁ ହୋଇଥିଲା।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button