ଦେଶ ବିଦେଶ

US vs Iran: ଇସଫାହାନ ପରମାଣୁ ସ୍ଥଳକୁ ସିଲ୍ କରୁଛି ଇରାନ: ପ୍ରକାଶ ପାଇଲା ସାଟେଲାଇଟ୍ ଚିତ୍ର

ତେହେରାନ: ଇରାନ ଏହାର ଇସଫାହାନ ପରମାଣୁ ସ୍ଥଳରେ ସୁଡ଼ଙ୍ଗଗୁଡ଼ିକୁ କଂକ୍ରିଟ୍ ଓ ମାଟିରେ ଭର୍ତ୍ତି କରିବା ଆରମ୍ଭ କରିଛି। ଏହା ସାଟେଲାଇଟ୍ ଚିତ୍ରରୁ ପ୍ରକାଶ ପାଇଛି। ସୋମବାର ଇରାନ ଉପରେ ନିଆଯାଇଥିବା ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ଚିତ୍ରଗୁଡ଼ିକରୁ ଏହା ଜଣାପଡ଼ିଛି। ଇରାନର ସବୁଠାରୁ ସମ୍ବେଦନଶୀଳ ପରମାଣୁ ସ୍ଥଳ ଇସଫାହାନକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଗତ ବର୍ଷ ଜୁନ୍ ମାସରେ ସଂଘର୍ଷ ସମୟରେ ଇସ୍ରାଏଲ ଦ୍ୱାରା ବାରମ୍ବାର ଆକ୍ରମଣ କରାଯାଇଥିଲା। ଆମେରିକା ଏହାର ବି-୨ ବୋମା ବିସ୍ଫୋରଣକାରୀ ବିମାନରୁ ବଙ୍କର-ବଷ୍ଟର ବୋମା ମଧ୍ୟ ନିକ୍ଷେପ କରିଥିଲା। ଚିତ୍ରଗୁଡ଼ିକ ଦର୍ଶାଉଛି ଯେ, ଇସଫାହାନ ପରମାଣୁ ସ୍ଥଳରେ ତିନୋଟି ମୁଖ୍ୟ ସୁଡ଼ଙ୍ଗ ପ୍ରବେଶ ପଥ ମାଟିରେ ଆଚ୍ଛାଦିତ ହୋଇଛି। ଫଳରେ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହେଉଛି। ଦ୍ୱାରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରାଯାଇଛି। ପ୍ରଥମ ଚିତ୍ରରେ, ଇସଫାହାନରେ ଭୂତଳ କମ୍ପ୍ଲେକ୍ସକୁ ଯାଉଥିବା ସୁଡ଼ଙ୍ଗର ତିନୋଟି ପ୍ରବେଶ ଦ୍ୱାର ମାଟିରେ ଭର୍ତ୍ତି ହୋଇ ସିଲ୍ କରାଯାଇଥିବା ଦେଖାଯାଉଛି। ଅନୁମାନ କରାଯାଉଛି, ଇରାନ ଆମେରିକୀୟ ଓ ଇସ୍ରାଏଲୀ ସୈନ୍ୟଙ୍କ ଆଣବିକ ସ୍ଥଳରେ ପ୍ରବେଶ ରୋକିବାକୁ ଚେଷ୍ଟା କରୁଛି। ଯଦି ସେମାନେ ପହଞ୍ଚନ୍ତି ଓ ବୋମା ମାଡ଼ ହେଲେ କ୍ଷତିକୁ କମ୍ କରିବାକୁ ଇରାନ ଚେଷ୍ଟା କରୁଛି। ଇରାନ ଜାଣେ ଯେ, ଆମେରିକା ଓ ଇସ୍ରାଏଲ ଦ୍ୱାରା ଆକ୍ରମଣ ଆସନ୍ନ। ସେଥିପାଇଁ ନିଜର ପରମାଣୁ ସ୍ଥଳକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି।

ଗବେଷକମାନେ କହିଛନ୍ତି, ସୁଡଙ୍ଗ ପ୍ରବେଶ ପଥଗୁଡ଼ିକୁ ମାଟି ଏବଂ କଂକ୍ରିଟରେ ପୂରଣ କରିବା ଦ୍ୱାରା ବିମାନ ଆକ୍ରମଣରୁ କ୍ଷତି ହ୍ରାସ ପାଇବ। ସ୍ଥଳରେ ଗଚ୍ଛିତ ସମୃଦ୍ଧ ୟୁରାନିୟମକୁ ଜବତ କିମ୍ବା ନଷ୍ଟ କରିବା ପାଇଁ ଏକ ସ୍ୱତନ୍ତ୍ର ବାହିନୀ ଦ୍ବାରା ଅପରେସନ୍ ହେଲେ ଭୂମିକୁ ପ୍ରବେଶ କରିବା କଷ୍ଟକର ହୋଇଯିବ। ଏହା ବ୍ୟତୀତ, ଏହା ସମ୍ଭବ ଇରାନ ସୁଡଙ୍ଗଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସୁଡଙ୍ଗ ଭିତରକୁ କିଛି ଆଧୁନିକ ଉପକରଣ ସ୍ଥାନାନ୍ତର କରିଥାଇପାରେ। ଜୁନ୍ ୨୦୨୫ ରେ, ଆମେରିକା ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାକ୍ଷାତରେ ଇରାନ ଉପରେ ଆକ୍ରମଣ କରିବା ନିଷ୍ପତ୍ତି ନିଆଯାଇପାରେ। ଏଥିରେ ଗଣମାଧ୍ୟମକୁ ଯୋଗଦେବାକୁ ଅନୁମତି ଦିଆଯାଇ ନାହିଁ।

ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଉସୁକାଉଛନ୍ତି ନେତାନ୍ୟାହୁ!

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଯଦି ଡୋନାଲ୍ଡ ଟ୍ରମ୍ପ ଇରାନ ସରକାରଙ୍କ ସହିତ ଏକ ଚୁକ୍ତି କରିବେ,ତେବେ ଏହା ଆମେରିକାକୁ ଇରାନ ଉପରେ ଆକ୍ରମଣ କରିବାରୁ ରୋକିବ। ସେଥିପାଇଁ ସେ ହ୍ୱାଇଟ୍ ହାଉସ୍ ଯାଉଛନ୍ତି। ଇସ୍ରାଏଲ ଭୟ କରୁଛି, ଯଦି ଆମେରିକା ଓ ଇରାନ ମଧ୍ୟରେ ଏକ ଚୁକ୍ତି ହୁଏ, ତେବେ ନିଜର ହାତ ବାନ୍ଧି ହୋଇଯିବ। ତା””ପରେ ଇରାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କଷ୍ଟକର ହୋଇଯିବ। ସେଥିପାଇଁ ଇସ୍ରାଏଲ ଯେକୌଣସି ମୂଲ୍ୟରେ ଆଲୋଚନା ବନ୍ଦ କରିବାକୁ ଚାହୁଁଛି। ନେତାନ୍ୟାହୁ ଓ ଟ୍ରମ୍ପଙ୍କ ମଧ୍ୟରେ ଘନିଷ୍ଠତା ସମ୍ପର୍କ ମଧ୍ୟ କାହାକୁ ଅଛପା ନାହିଁ।
ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ ଇସ୍ରାଏଲୀ ଖବରକାଗଜ ୱାଇନେଟ୍ ନ୍ୟୁଜ୍‌କୁ କହିଛନ୍ତି,ଚୁକ୍ତି ଆମ ପାଇଁ ଭଲ ନୁହେଁ ବୋଲି ଚିନ୍ତା କରାଯାଉଛି। ଏହା କେବଳ ୱିଟକଫ ଓ କୁଶନର ତଥା ଇରାନମାନଙ୍କ ମଧ୍ୟରେ ଏକ ଆଲୋଚନା ନୁହେଁ। ତୁର୍କୀ ମଧ୍ୟ ଏଥିରେ ସାମିଲ ଅଛି, ସେହିପରି କାତାର, ସାଉଦି ଆରବ ଓ ଇଜିପ୍ଟ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଟ୍ରମ୍ପଙ୍କୁ ପ୍ରଭାବିତ କରୁଥିବା ଅନେକ ଲୋକ ଅଛନ୍ତି। ସେଥିପାଇଁ ଆମେ ଚିନ୍ତିତ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button