Breaking News

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜାଦି କା ଅମ୍ରିତ ମହୋତ୍ସବ

0

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ, ଗୌତମ ପ୍ରଧାନ, ଡ.ସୁଶାନ୍ତ କୁମାର ବଡ଼ମାଳି ପ୍ରମୁଖ ଯୋଗଦେଇଥିଲେ। ଏହାସହିତ ଭାରତ ବିଭାଜନର ସ୍ମରଣ ଦିନ ଗୁଡିକ ଚିତ୍ର, ଫଟୋ, ଡିଜିଟାଲ ଡ଼ିସ ପ୍ଲେ ମାଧ୍ୟମରେ ଏମକେସିଜି ଅଡିଟୋରିୟମ୍‌ରେ ଆୟୋଜନ କରାଯାଇଥିଲା। ଘରେ ଘରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ଏକ ଶୋଭାଯାତ୍ରା ଆୟୋଜନ ପାଇଁ ମକ ଡ୍ରିଲ କରାଯାଇଥିଲା।

Leave A Reply

Your email address will not be published.