Breaking News

ବରିଷ୍ଠ ନାଗରିକ ଦେଶର ସଂପଦ ଏବଂ ଯୁବ ପିଢ଼ି ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

0

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଏବଂ ହେଲ୍ପ ଏଜ ଇଣ୍ଡିଆର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଆସନ୍ତୁ ଦୂରତାକୁ କମ କରିବା: ଆମେ ଏବଂ ଆମର ଜେଜେବାପା-ଜେଜେମାଙ୍କୁ ସମୟ ଦେବା’ ବିଷୟବସ୍ତୁ ଉପରେ ଏକ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ହେଲ୍ପ ଏଜ ଇଣ୍ଡିଆର ହେଲ୍ପ ୟୁନାଇଟ ଜେନେରେସନ୍ (ଏଚୟୁଜି) କାର୍ୟ୍ୟକ୍ରମ ମାଧ୍ୟମରେ ଯୁବବର୍ଗ ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆନ୍ତଃ-ପିଢ଼ି ବନ୍ଧନକୁ ପ୍ରୋତ୍ସାହିତ ଏବଂ ଯୁବକମାନଙ୍କୁ ଦାୟିତ୍ୱବାନ ନାଗରିକ ହେବାକୁ ପ୍ରସ୍ତୁତ କରିବା ଆଭିମୁଖ୍ୟ ରହିଛି। ବରିଷ୍ଠ ନାଗରିକ ଦେଶର ସଂପଦ ଏବଂ ଯୁବ ପିଢ଼ି ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ନିର୍ଦେଶିକା ପ୍ରଫେସର ନବନୀତା ରଥ, ଆସାମ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନର ପ୍ରଫେସର ବି.କେ.ବେହେରା, ହେଲ୍ପ ଏଜ ଇଣ୍ଡିଆ ରାଜ୍ୟ ମୁଖ୍ୟ ଭାରତୀ ଚକ୍ର ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଏବଂ ଯୁବବର୍ଗଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ତନୟା ମହାନ୍ତି, ହେଲ୍ପ ଏଜ୍ ଇଣ୍ଡିଆ ପରାମର୍ଶଦାତା ଦେବଶ୍ରୀ ବ୍ରହ୍ମା କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.