ଦେଶ ବିଦେଶ

UttarPradesh: ୧୦ ବର୍ଷ ପରେ ଫେରିଲା ହଜିଲା ପୁଅ… ‘ଅପରେସନ ମୁସ୍କାନ’ ଫୁଟାଇଲା ମାଆ ମୁହଁରେ ହସ

ଫେରିଲା ପୁଅ, ହସିଲା ପରିବାର । ହଜିଲା ପୁଅ କୋଳକୁ ଫେରିଆସିବା ପରେ ମାଆ ମୁହଁରେ ଫୁଟିଲା ହସ । ଆଉ ନିଜ ଜନ୍ମକଲା ପୁଅକୁ ଦେଖି ତାକୁ କୋଳେଇ ନେଇ କାନ୍ଦିଲା ମାଆ, ପୁଅ ତୁ କୁଆଡେ ଯାଇଥିଲୁ ରେ… ତୋର କଣ ମାଆ କଥା ମନେ ପଡୁନଥିଲା କି… ଏମିତି କେତେ କଥା କହି ପୁଅ ଆଗରେ କାନ୍ଦୁଥିଲା ମାଆ

ଲକ୍ଷ୍ନୌ: ଫେରିଲା ପୁଅ, ହସିଲା ପରିବାର । ହଜିଲା ପୁଅ କୋଳକୁ ଫେରିଆସିବା ପରେ ମାଆ ମୁହଁରେ ଫୁଟିଲା ହସ । ଆଉ ନିଜ ଜନ୍ମକଲା ପୁଅକୁ ଦେଖି ତାକୁ କୋଳେଇ ନେଇ କାନ୍ଦିଲା ମାଆ । ପୁଅ ତୁ କୁଆଡେ ଯାଇଥିଲୁ ରେ… କେଉଁଠି ଏତେ ଦିନ ଥିଲୁରେ… ତୋର କଣ ମାଆ କଥା ମନେ ପଡୁନଥିଲା କି… ଏମିତି କେତେ କଥା କହି ପୁଅ ଆଗରେ କାନ୍ଦୁଥିଲା ମାଆ । ନିଖୋଜ ପୁଅକୁ ପାଖରେ ପାଇ ମାଆ ଭାବଭାବ ହୋଇପଡ଼ିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଆ-ପୁଅଙ୍କ ଏହି ଇମୋସନାଲ ଭିଡିଓ ।

ତେବେ ଉତ୍ତରପ୍ରଦେଶ ବାନ୍ଦା ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ବାଳକ ୬ ବର୍ଷ ବୟସରୁ ନିଖୋଜ ଥିଲା । ଆଜିକୁ ୧୦ ବର୍ଷ ହେଲା ପୁଅ ନିଖୋଜ ଥିବାବେଳେ ତାର କୌଣସି ଖୋଜ ଖବର ନଥିଲା । ଅନେକ ଖୋଜାଖୋଜି ପରେ ନିରାଶ ହୋଇ ଘରେ ପୁଅକୁ ସବୁଦିନ ପାଇଁ ହରେଇ ଦେଇଛନ୍ତି ବୋଲି ଭାବି ବି ନେଇଥିଲେ । ମନକୁ ବୁଝେଇ ଦେଇଥିଲା ମାଆ, ପରିବାର ଲୋକ ବି ପୁଅକୁ ହରେଇ ଭାଙ୍ଗି ପଡିଥିଲେ । ହେଲେ ହଠାତ୍ ୧୦ ବର୍ଷ ପରେ ପୁଅ ଘରକୁ ଫେରିବା ପରେ ଘରେ ଖୁସି ଖେଳିଯାଇଛି । ଏବେ ପୁଅକୁ ୧୬ ବର୍ଷ ହୋଇଛି ।

ଅପରେସନ ମୁସ୍କାନ ଜରିଆରେ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇଛି ପୋଲିସ ବିଭାଗ । ଆଉ ୧୦ ବର୍ଷ ପରେ ପୁଅକୁ ପାଇ ଲୁହର ନଈ ବୁହାଇଦେଇଛି ମାଆ ।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button