ଓଡିଶାମହାନଗର

valentine week: ତୁଳୁତୁଳିଆ କଣ୍ଢେଇ କହିବ ଗହନ ମନର କଥା: ପସନ୍ଦରେ ସବୁବେଳେ ଗୋଲାପି କଣ୍ଢେଇ

ଭଳିକି ଭଳି ଚକୋଲେଟ୍‌ର ଫ୍ଲେବର୍‌ ଆଜି ସମ୍ପର୍କରେ ମିଠାର ସ୍ବାଦ ଭରିଥିଲା। ଏହି ମଧୁରତା ଭିତରେ ମନର କଥା କହିବାକୁ ଆସନ୍ତାକାଲି ତୁଳୁତୁଳିଆ କଣ୍ଢେଇକୁ ଅସ୍ତ୍ର କରିବେ ‌ପ୍ରେମ ଅଗଣାର ପକ୍ଷୀଗଣ।

ଭୁବନେଶ୍ୱର: ଭଳିକି ଭଳି ଚକୋଲେଟ୍‌ର ଫ୍ଲେବର୍‌ ଆଜି ସମ୍ପର୍କରେ ମିଠାର ସ୍ବାଦ ଭରିଥିଲା। ଏହି ମଧୁରତା ଭିତରେ ମନର କଥା କହିବାକୁ ଆସନ୍ତାକାଲି ତୁଳୁତୁଳିଆ କଣ୍ଢେଇକୁ ଅସ୍ତ୍ର କରିବେ ‌ପ୍ରେମ ଅଗଣାର ପକ୍ଷୀଗଣ। କଣ୍ଢେଇର ନରମ ସ୍ପର୍ଶରେ ରହିବ ପ୍ରେମର ଗହନ କଥା। ଟେଡି ବା କଣ୍ଢେଇର ନରମପଣ ସମ୍ପର୍କର ଖିଅକୁ ଆସ୍ତେ ନିଜ ଆଡ଼କୁ ଟାଣିଦିଏ। ଏଣୁ ଏହି ନରମ କଣ୍ଢେଇର ଉପହାର, ସଂପର୍କରେ ଘନିଷ୍ଠତା ଆଣିଥାଏ ବୋଲି ବିଶ୍ବାସ ରହିଛି। କେହି କେହି ନିଜର ସାଥୀ ଅଥବା ଆତ୍ମୀୟସ୍ୱଜନଙ୍କୁ ଟେଡି ଦେଇ ସମ୍ପର୍କକୁ ଆହୁରି ମଧୁର କରିଥାନ୍ତି। ଏହି ଦିନଟିକୁ କେବଳ ପ୍ରେମୀଯୁଗଳ ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟ ତଥା ଛୋଟ ପିଲାମାନେ ପାଳନ କରିଥା’ନ୍ତି।

ପସନ୍ଦରେ ସବୁବେଳେ ଗୋଲାପି କଣ୍ଢେଇ
ଟେଡି ଡେ’ ପାଇଁ  ରାଜଧାନୀର ବଡ଼ ବଡ଼ ଦୋକାନଠାରୁ ଆରମ୍ଭ କରି ଉଠା ଦୋକାନୀ ପର୍ଯ୍ୟନ୍ତ ସବୁଠି ବିକ୍ରି ହେଉଛି ଭଳିକି ଭଳି ଟେଡି। ଏଥିରେ ଛୋଟରୁ ଆରମ୍ଭ କରି ୭ ଫୁଟ୍ ଉଚ୍ଚତା ବିଶିଷ୍ଟ ଟେଡି ରହିଛି। ରାସ୍ତା କଡ଼ରେ ବିକ୍ରି ହେଉଥିବା ଟେଡିଗୁଡ଼ିକର ଦାମ୍ ସର୍ବନିମ୍ନ ୧୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କିନ୍ତୁ ସୋ’ ରୁମ୍‌ରେ ଏହି ଟେଡିର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହାର ସର୍ବାଧିକ ମୂଲ୍ୟ ୫ ହଜାର ଟଙ୍କା ଥିବା ଜଣେ ସୋ’ରୁମ୍ ବ୍ୟବସାୟୀ କହିଛନ୍ତି। ମାର୍କେଟ ବିଲଡିଂର ବ୍ୟବସାୟୀ ହେମନ୍ତ ବିଶ୍ୱାଳଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଗୋଲାପୀ ଓ ମାଟିଆ ରଙ୍ଗର ଟେଡିର ବେଶ୍‌ ଚାହିଦା ରହିଛି। ସେହିପରି ହୃଦୟ ଆକୃତିର ଟେଡିର ମଧ୍ୟ ଅଧିକ ଚାହିଦା ଥିବା ସେ କହିଛନ୍ତି।

ଚାହିଦା‌ରେ ଗୋଲାପ ଧରିଥିବା କଣ୍ଢେଇ
ଅନ୍‌ଲାଇନ୍‌ ବଜାରରେ ପ୍ରିଜର୍ଭଡ୍‌ ରୋଜ୍‌ ଟେଡିର ଚାହିଦା ବଢ଼ିବାରେ ଲାଗିଛି। ଏଥିରେ ଟେଡିର ମଝିରେ ଏକ ସୁନ୍ଦର ଗୋଲାପ ଫୁଲର କଣ୍ଢେଇ ରହିଛି। ସେହିପରି କାଚ ଭିତରେ ଆକର୍ଷଣୀୟ ଗୋଲାପ ଫୁଲ ସହିତ ସୁନ୍ଦର ଟେଡି ବି ଅନ୍‌ଲାଇନ୍‌ ବଜାରରେ ମିଳୁଛି। ଗୋଟିଏ ଉପହାରରେ ପୁରା ପ୍ରେମ ସପ୍ତାହ ବର୍ଣ୍ଣନା କରୁଥିବାରୁ ଏହା ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button