ଦେଶ ବିଦେଶ

Venezuela: ଭେନେଜୁଏଲା ଚଢ଼ଉ: ‘ରହସ୍ୟମୟ ଅସ୍ତ୍ର’ ପ୍ରୟୋଗ କରିଥିଲା ଆମେରିକା

ଭେନେଜୁଏଲାରେ ଆମେରିକାର ଏକ ଜଟିଳ ତଥା ବିପଦପୂର୍ଣ୍ଣ ଅପରେସନକୁ ନେଇ ନୂତନ ଦାବି ସାମ୍ନାକୁ ଆସିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ ଆମେରିକା ଏକ ଅଜ୍ଞାତ ଓ ଅତ୍ୟଧିକ....

ୱାସିଂଟନ: ଭେନେଜୁଏଲାରେ ଆମେରିକାର ଏକ ଜଟିଳ ତଥା ବିପଦପୂର୍ଣ୍ଣ ଅପରେସନକୁ ନେଇ ନୂତନ ଦାବି ସାମ୍ନାକୁ ଆସିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ ଆମେରିକା ଏକ ଅଜ୍ଞାତ ଓ ଅତ୍ୟଧିକ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଟାର୍ଗେଟ୍ କରି ଆମେରିକା ଏହି ସାମରିକ ଅଭିଯାନ  କରିବାର କିଛି ଦିନ ପରେ ଏହି ଦାବି ସାମ୍ନାକୁ ଆସିଛି। ‘ନ୍ୟୁୟର୍କ ପୋଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ, ଏହି ଦାବିଗୁଡିକ ଭେନେଜୁଏଲାର   ସୁରକ୍ଷାକର୍ମୀଙ୍କଠାରୁ ଆସିଛି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରିଙ୍କ ଦ୍ୱାରା ଏକ୍ସରେ ସେୟାର ହେବା ପରେ ଏହା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା, ଯଦିଓ ଆମେରିକା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

ହ୍ୱାଇଟ୍ ହାଉସ୍ ଭେନେଜୁଏଲା ମିସନର ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ନୀରବ ରହିଥିବା ବେଳେ ଭେନେଜୁଏଲାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ, ଏହି ଅପରେସନରେ ପ୍ରାୟ ୧୦୦ ଜଣ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି।   ଆକ୍ରମଣ ସମୟରେ ଉନ୍ନତ କିମ୍ବା ପରୀକ୍ଷାମୂଳକ ଭାବେ ଆମେରିକାର ସାମରିକ ଜ୍ଞାନକୌଶଳ ନିୟୋଜିତ କରାଯାଇଥିଲା କି ନାହିଁ ତାହା ଅସ୍ପଷ୍ଟ ରହିଛି। ନ୍ୟୁୟର୍କ ପୋଷ୍ଟ ଦ୍ୱାରା ଉଦ୍ଧୃତ ପ୍ରତ୍ରକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଆକ୍ରମଣର କିଛି ସମୟ ପୂର୍ବରୁ ଭେନେଜୁଏଲା ସୈନ୍ୟବାହିନୀ ସମ୍ପୂର୍ଣ୍ଣ ‘ସିଷ୍ଟମ୍ ବିଫଳତା’ର ସମ୍ମୁଖୀନ ହୋଇଥିଲେ। ହଠାତ୍ ସମସ୍ତ ରାଡାର ସିଷ୍ଟମ୍ ବନ୍ଦ ହୋଇଗଲା। ଡ୍ରୋନ୍ ଶୀଘ୍ର ମୁଣ୍ଡ ଉପରେ ଦେଖାଗଲା। ତା’ପରେ ଅଳ୍ପ ସଂଖ୍ୟକ ହେଲିକପ୍ଟର ପ୍ରବେଶ କଲା ଯେଉଁଥିରେ ପ୍ରାୟ ୨୦ ଆମେରିକୀୟ ସୈନ୍ୟ ଥିଲେ ବୋଲି   ଆକଳନ କରାଯାଇଥିଲା

ଭେନେଜୁଏଲାର ସୈନିକମାନେ ବହୁ ସଂଖ୍ୟାରେ ଥିବା ସତ୍ତ୍ବେ ଶୀଘ୍ର ଧରାଶାୟୀ ହୋଇଯାଇଥିଲେ। ଆମେରିକାର ସୈନ୍ୟବାହିନୀ ଏକ ଅଜ୍ଞାତ ମାରଣାସ୍ତ୍ର ବ୍ୟବହାର କରିଥିଲା, ଯାହା ଏକ ଅତି ତୀବ୍ର ଶବ୍ଦ ତରଙ୍ଗ ପରି ଜଣା ପଡ଼ୁଥିଲା। ଜଣେ ସୁରକ୍ଷା କର୍ମୀ କହିଛନ୍ତି, ଆମେ ଅନୁଭବ କଲି ଯେ ଆମ ମୁଣ୍ଡ ଭିତରୁ ବିସ୍ଫୋରଣ ହେଉଛି। ସୈନିକମାନଙ୍କ ନାକରୁ ରକ୍ତ ବାହାରିବାକୁ ଲାଗିଲା, ରକ୍ତ ବାନ୍ତି ହେଲା ଏବଂ ସେମାନେ  ଗତି କରିବାକୁ ଅସମର୍ଥ ହୋଇ ଭୂମିରେ ପଡ଼ିଗଲେ।
ଭେନେଜୁଏଲାର ସୁରକ୍ଷା କର୍ମୀ କହିଛନ୍ତି ଯେ ଆମେରିକାର ସୈନ୍ୟମାନେ  ଅତ୍ୟଧିକ ସଠିକତା ଓ ବେଗରେ ଗୁଳି ଚଳାଇଥିଲେ। ଆମେ ଶହ ଶହ ଥିଲୁ, କିନ୍ତୁ ଆମର କୌଣସି ସୁଯୋଗ ନ ଥିଲା।  ସେମାନେ ମାଇକ୍ରୋୱେଭ୍ ପରି ଫୋକସ୍ ଶକ୍ତି ବ୍ୟବହାର କରି ଆମକୁ ଅସ୍ତବ୍ୟସ୍ତ କରିଦେଇଥିଲେ ବୋଲି  ସୁରକ୍ଷା କର୍ମୀଙ୍କ ବୟାନ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button