ଓଡିଶାଜିଲ୍ଲା

Vigilance: ସୌଖିନ ଜୀବନ ଜିଉଁଥିଲେ ମେଡିକାଲ କର୍ମଚାରୀ

ସୌଖିନ ଜୀବନ ଜିଉଁଥିଲେ। ଘରେ ଲାଗିଛି ଅଟୋମେଟେଡ ସେନସର୍ ଡୋର। ସେନସର ମିରର। କାନ୍ଥରେ ଲାଗିଛି ଦାମୀ ୱାଲପେପର। ମିଳିଛି ୯ଟି ଦାମୀ ଘଣ୍ଟା। ବହୁ ପାସବୁକ, ଚେକ୍। ବାବୁ ପଢୁଥିଲେ ଟଙ୍କା ରୋଜଗାର ବାଟ ଦେଖାଉଥିବା ବହି।

ଅନୁଗୁଳ (ପତିତପାବନ ସାହୁ): ସୌଖିନ ଜୀବନ ଜିଉଁଥିଲେ। ଘରେ ଲାଗିଛି ଅଟୋମେଟେଡ ସେନସର୍ ଡୋର। ସେନସର ମିରର। କାନ୍ଥରେ ଲାଗିଛି ଦାମୀ ୱାଲପେପର। ମିଳିଛି ୯ଟି ଦାମୀ ଘଣ୍ଟା। ବହୁ ପାସବୁକ, ଚେକ୍। ବାବୁ ପଢୁଥିଲେ ଟଙ୍କା ରୋଜଗାର ବାଟ ଦେଖାଉଥିବା ବହି। ଆମେ କହୁଛୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ କଥା, ଯିଏକି ବିଳାସମୟ ଜୀବନ ଜିଇଁବାକୁ ଭଲ ପାଆନ୍ତି। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଯେତ‌େବେଳେ ସୁବ୍ରତ ବେହେରାଙ୍କ ଘରେ ଚଢ଼ଉ କରିଛନ୍ତି, ସେମାନେ ଟେରା ହୋଇଯାଇଛନ୍ତି।

ଅନୁଗୁଳ ହସ୍ପିଟାଲର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନସ ଚଢ଼ଉ ହୋଇଛି। ବାଉଁଶପୋଖରୀ ଠାରେ ଥିବା ନିଜ ଘର, ବଅଁରପାଳ ଶଶୁରଘର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁସୁଡ଼ାସ୍ଥିତ ବାସଭବନରେ ଚଢ଼ଉ ଚାଲିଛି। ତିନୋଟି ଭିଜିଲାନ୍ସ ଟିମ ଚଳାଇଛନ୍ତି। ଚଢ଼ଉରେ ୩୦ ଜଣ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିତକର୍ମା କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଅନୁଗୋଳ ସୁସୁଡାସ୍ଥିତ ବାସଭବନରେ ଗତକାଲି ଠାରୁ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛନ୍ତି। ଗତକାଲି ସୁବ୍ରତଙ୍କୁ ମାରାଥନ ଜେରା ପରେ ଛାଡିଥିଲା ଭିଜିଲାନ୍ସ। ଆଜି ଭିଜିଲାନ୍ସର ୩ଟି ଟିମ୍‌ ଚଢ଼ଉ ଜାରି ରଖିଛନ୍ତି। କୁହାଯାଉଛି ଯେ, ନିଜ ଦରମା ବଢ଼ାଇ ସୁବ୍ରତ ରାଜକୋଷରୁ ଲୁଟି ନେଇଥିଲେ ପ୍ରାୟ ଅଢ଼େଇ କୋଟି ଟଙ୍କା। ସେହିପରି ବହୁ ଡାକ୍ତରଙ୍କୁ ବି ଚୁନା ଲଗାଇଥିଲେ ହସ୍ପିଟାଲର ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ଏ କିରାଣୀ। ତେବେ ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବାପରେ ଫେରାର ହୋଇଯାଇଥିଲେ ସୁବ୍ରତ। ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ। ଦୀର୍ଘ ସାଢ଼େ ୩ ମାସ ପରେ ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ସୁବ୍ରତ। ସୁବ୍ରତଙ୍କ ବାସଭବନରେ ଭିଜିଲାନସର ତିନୋଟି ଟିମ ଘରେ ଖାନ ତଲାସୀ ଜାରି ରଖିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button