ଖେଳ

Vijay Hazare Trophy: ବିଜୟ ହଜାରେ ଟ୍ରଫି: ହ୍ୟାଟ୍ରିକ୍‌ ବିଜୟ ସହ ଓଡ଼ିଶା ଶୀର୍ଷରେ

ଚଳିତ ବିଜୟ ହଜାରେ ଟ୍ରଫିରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବୁଧବାର ଦିଲ୍ଲୀକୁ ୭୯ ରନ୍‌ରେ ମାତ୍‌ ଦେଇ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଏଥିସହ ବିପ୍ଳବ ସାମନ୍ତରାୟଙ୍କ ଦଳ ୪ ମ୍ୟାଚ୍‌ରୁ ୩ ବିଜୟ ଓ ୧ ପରାଜୟରୁ ୧୨ ପଏଣ୍ଟ୍‌ ପାଇ ଏଲିଟ୍‌ ଗ୍ରୁପ୍‌-ଡି’....

ଭୁବନେଶ୍ବର: ଚଳିତ ବିଜୟ ହଜାରେ ଟ୍ରଫିରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବୁଧବାର ଦିଲ୍ଲୀକୁ ୭୯ ରନ୍‌ରେ ମାତ୍‌ ଦେଇ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଏଥିସହ ବିପ୍ଳବ ସାମନ୍ତରାୟଙ୍କ ଦଳ ୪ ମ୍ୟାଚ୍‌ରୁ ୩ ବିଜୟ ଓ ୧ ପରାଜୟରୁ ୧୨ ପଏଣ୍ଟ୍‌ ପାଇ ଏଲିଟ୍‌ ଗ୍ରୁପ୍‌-ଡି’ ଟେବୁଲ୍‌ ଶୀର୍ଷରେ ଥିବା ଦିଲ୍ଲୀକୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛି। ଅଲୁରର କେଏସ୍‌ସିଏ କ୍ରିକେଟ୍‌ ଗ୍ରାଉଣ୍ଡ-୩ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲେ। ଓମ୍‌ ଟି ମୁଣ୍ଡେ (୨୬) ଓ ସ୍ବସ୍ତିକ ସାମଲ (୨୮) ଭଲ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୫୮ ରନ୍‌ ଯୋଡ଼ିଥିଲେ। ହେଲେ ଦୁଇ ଜଣ ଯାକ ମାତ୍ର ୩ ରନ୍‌ ଭିତରେ ପ୍ୟାଭିଲିୟନ୍‌ ଫେରିବା ପରେ ସନ୍ଦୀପ ପଟ୍ଟନାୟକ (୧୩) ବଡ଼ ସ୍କୋର୍‌ କରିବା ପୂର୍ବରୁ ଆଉଟ୍‌ ହେବାରୁ ଦଳ ୯୧/୩ରେ ସଂଘର୍ଷ କରିଥିଲା। ଏଭଳି ସ୍ଥିତିରେ ଗୋବିନ୍ଦ ପୋଦ୍ଦାର (୩୫)ଙ୍କ ସହ ଅଧିନାୟକ ବିପ୍ଳବ ଚତୁର୍ଥ ୱିକେଟ୍‌ରେ ୫୭ ରନ୍‌ ଯୋଡ଼ିଥିଲେ। ବିପ୍ଳବ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଜାରି ରଖି ଛୋଟ ଛୋଟ ଭାଗୀଦାର ଗଢ଼ି ଦଳୀୟ ସ୍କୋର୍‌ ୨୦୦ ପାର୍‌ କରିଥିଲେ। ସେ (୭୨, ୭୪ ବଲ୍‌, ୩ ଚୌକା, ୪ ଛକା) ନିଜର ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍‌ ହୋଇଥିଲେ। ଏହାପରେ ରାଜେଶ ମହାନ୍ତି (୧୭*, ୧୨ ବଲ୍‌, ୧ ଚୌକା, ୧ ଛକା) ଓ ଦେବବ୍ରତ ପ୍ରଧାନ (୨୧*, ୯ ବଲ୍‌, ୧ ଚୌକା, ୨ ଛକା) ଅଷ୍ଟମ ୱିକେଟ୍‌ରେ ଶେଷ ୧୬ ବଲ୍‌ରୁ ୪୩ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୨୭୨/୮ରେ ପହଞ୍ଚାଇଥିଲେ। ଦିଲ୍ଲୀ ପକ୍ଷରୁ ହ୍ରିତିକ ‌ସୋକେନ ୪ ଓ ପ୍ରିନ୍ସ ଯାଦବ ୨ ୱିକେଟ୍‌ ନେଇଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button