ଖେଳ

Virat Kohli Instagram ଚର୍ଚ୍ଚାରେ ବିରାଟ୍ କୋହଲିଙ୍କ ଇନଷ୍ଟା ଆକାଉଣ୍ଟ୍

ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍ ତାରକା ବିରାଟ୍ କୋହଲିଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍। ଏହି ଆକାଉଣ୍ଟ୍ କିଛି ଘଣ୍ଟା ପାଇଁ ବନ୍ଦ ହେବା ପରେ ପୁଣି ଖୋଲିଥିଲା। ଫଳରେ ପ୍ରଶଂସକମାନେ ଆଶ୍ବସ୍ତ ହୋଇଥିଲେ।

ମୁମ୍ବାଇ: ଶୁକ୍ରବାର ହଠାତ୍ ଚର୍ଚ୍ଚାରେ ରହିଥିଲା ଭାରତୀୟ କ୍ରିକେଟ୍ ତାରକା ବିରାଟ୍ କୋହଲିଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍। ଏହି ଆକାଉଣ୍ଟ୍ କିଛି ଘଣ୍ଟା ପାଇଁ ବନ୍ଦ ହେବା ପରେ ପୁଣି ଖୋଲିଥିଲା। ଫଳରେ ପ୍ରଶଂସକମାନେ ଆଶ୍ବସ୍ତ ହୋଇଥିଲେ।

ଶୁକ୍ରବାର ସକାଳୁ ପ୍ରଶଂସକ ଓ ଅନୁସରଣକାରୀମାନେ ବିରାଟଙ୍କ ଇନଷ୍ଟା ଆକାଉଣ୍ଟ୍ ଖୋଲିବାକୁ ଚେଷ୍ଟା କରୁଥିଲେ ବି ତାହା ଖୋଲିନଥିଲା। ଏହା ପ୍ରସଂଶକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଫଲୋଅରମାନେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଇନଷ୍ଟା ଆକାଉଣ୍ଟକୁ ଯାଇ ଏ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଚାଲିଥିଲେ। ତେବେ କିଛି ଘଣ୍ଟା ବନ୍ଦ ରହିବା ପରେ ପୁଣି ଥରେ ଏହି ଆକାଉଣ୍ଟ୍ ଖୋଲିଥିଲା।
ବିରାଟଙ୍କ ଇନଷ୍ଟା ଆକାଉଣ୍ଟ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ କେତୋଟି ସର୍ବାଧିକ ଅନୁସରଣକାରୀ ଥିବା ଆକାଉଣ୍ଟ ମଧ୍ୟରେ ଅନ୍ୟତମ। ତାଙ୍କର ମୋଟ ୨୭୪ ନିୟୁତ ଅନୁସରଣକାରୀ ଅଛନ୍ତି। ସମଗ୍ର ବିଶ୍ବରେ ସେ ୧୬ତମ ସର୍ବାଧିକ ଅନୁସରଣକାରୀ ସେଲିବ୍ରିଟି ଥିବାବେଳେ କ୍ରୀଡ଼ାବିତ୍ ମାନଙ୍କ ମଧ୍ୟରେ ତାଙ୍କ ସ୍ଥାନ ୩ୟ। ଇନଷ୍ଟା ଅନୁସରଣକାରୀ ସଂଖ୍ୟା ଦୃଷ୍ଟିରୁ ତାଙ୍କ ଉପରେ ଅଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ (୬୭୦ ନିୟୁତ) ଓ ଲିଓନେଲ୍ ମେସି ( ୫୧୧ ନିୟୁତ)।

ତେବେ ଏହା ପ୍ରଥମ ଥର ନୁହେଁ ଯେ ବିରାଟଙ୍କ ଇନଷ୍ଟା ଆକାଉଣ୍ଟ ଚର୍ଚ୍ଚାରେ ରହିଛି। ଗତ ବର୍ଷ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଦଳର ଅନ୍ୟ ଖେଳାଳିମାନେ ଟ୍ରଫିର ଫଟୋ ସେୟାର କରି ଖୁସି ଜାହିର କରିଥିବାବେଳେ ବିରାଟ କିନ୍ତୁ କିଛି ଲେଖିନଥିଲେ। ପରେ ଆରସିବିର ଏକ ଇଭେଣ୍ଟରେ ବିରାଟ କହିଥିଲେ “ଲକ୍ଷ୍ୟହୀନଭାବେ ସୋସିଆଲ ମିଡିଆର ବ୍ୟବହାର ଧ୍ୟାନଭଙ୍ଗ କରିଥାଏ। ମୁଁ ଟ୍ରଫି ଫଟୋ ସେୟାର କଲେ ଆମକୁ ଦୁଇଟି ଟ୍ରଫି ମିଳିଯିବ ନାହିଁ”।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button