ଜାତୀୟ

Virushka: ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ‘ବିରୁଷ୍କା’

ଭାରତୀୟ କ୍ରିକେଟ୍ କିଂବଦନ୍ତି ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ଗସ୍ତ କରି ତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ବିରୁଷ୍କା ଭାବେ ପରିଚିତ ଏହି ଚର୍ଚ୍ଚିତ ପତି-ପତ୍ନୀ ଦୁଇ ତିନି ଦିନ ତଳେ ଲଣ୍ଡନରୁ ଭାରତ ଫେରିଥିଲେ।

ବୃନ୍ଦାବନ: ଭାରତୀୟ କ୍ରିକେଟ୍ କିଂବଦନ୍ତି ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ଗସ୍ତ କରି ତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ବିରୁଷ୍କା ଭାବେ ପରିଚିତ ଏହି ଚର୍ଚ୍ଚିତ ପତି-ପତ୍ନୀ ଦୁଇ ତିନି ଦିନ ତଳେ ଲଣ୍ଡନରୁ ଭାରତ ଫେରିଥିଲେ। ତେବେ ଉଭୟ ଆର୍ଜେଣ୍ଟିନାର ମହାନ ତାରକା ଲିଓନେଲ ମେସିଙ୍କୁ ଭେଟିବାକୁ ଭାରତ ଫେରିଛନ୍ତି ‌ବୋଲି ଚର୍ଚ୍ଚା ହେଉଥିଲା। ତେବେ ବିରାଟ ଓ ଅନୁଷ୍କା ନିଜ ଆଧ୍ୟାତ୍ମିକ ଯାତ୍ରାରେ ଆଗକୁ ବଢ଼ିବା ଲାଗି ମେସି ନୁହେଁ ବରଂ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ଭାରତ ଆସିଥିବା ମଙ୍ଗଳବାର ସ୍ପଷ୍ଟ ହୋଇଛି।

ଉଭୟ ଆଜି ସ୍ଥାନୀୟ ବାରାଘାଟଠାରେ ଥିବା ମହାରାଜଙ୍କ ଶ୍ରୀ ହିତ ରାଧା କେଳିକୁଞ୍ଜ ଆଶ୍ରମକୁ ଯାଇଥିଲେ। ଢେର୍‌ ସମୟ ଧରି ତାଙ୍କ ସହ ସମୟ କଟାଇଥିଲେ। ସେମାନେ ମହାରାଜଙ୍କ ଦର୍ଶନ ନେଉଥିବାର ଭିଡିଓ ଓ ଫଟୋ ପଦାକୁ ଆ‌ସିବା ପରେ ଭାଇରାଲ୍ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button