ରାଜନୀତି

Lalu Prasad Yadav: ମକର ସଂକ୍ରାନ୍ତିରେ ଫେରିଲା ମଧୁରତା: ଦହି-ଚୂଡ଼ା ଖାଇବା ପରେ ଲାଲୁଙ୍କ ପରିବାରରେ ତୁଟିଲା କି ତିକ୍ତତା ?

ମକର ସଂକ୍ରାନ୍ତି ଲାଲୁଙ୍କ ପରିବାର ପାଇଁ ଖୁସି ଆଣିଛି । ଗତ କିଛି ମାସ ଧରି ଚାଲିଥିବା ତିକ୍ତତା ଏବଂ ଶୀତଳ ଯୁଦ୍ଧର ଅନ୍ତ ଘଟାଇ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ଦହି-ଚୂଡ଼ା ଭୋଜିରେ ଯୋଗ ଦେଇଛନ୍ତି...

ପାଟନା,୧୪।୧: ମକର ସଂକ୍ରାନ୍ତି ଲାଲୁଙ୍କ ପରିବାର ପାଇଁ ଖୁସି ଆଣିଛି । ଗତ କିଛି ମାସ ଧରି ଚାଲିଥିବା ତିକ୍ତତା ଏବଂ ଶୀତଳ ଯୁଦ୍ଧର ଅନ୍ତ ଘଟାଇ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ଦହି-ଚୂଡ଼ା ଭୋଜିରେ ଯୋଗ ଦେଇଛନ୍ତି। ଲାଲୁ ଯାଦବଙ୍କ ସହିତ ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ ମଧ୍ୟ ଉତ୍ସବରେ ଦେଖିବାକୁ ମିଳିଥିଲା। ତେଜ ପ୍ରତାପ ଯାଦବ ବ୍ୟକ୍ତିଗତ ଭାବରେ ରାବ୍ରୀ ଦେବୀଙ୍କ ବାସଭବନକୁ ଯାଇ ନିଜ ପରିବାର ସଦସ୍ୟଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।

ତେଜ ପ୍ରତାପ ଯାଦବ ନିମନ୍ତ୍ରଣ ଦେବାକୁ ପହଞ୍ଚି ପିତାମାତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ତା’ପରେ, ସେ ତାଙ୍କ ସାନ ଭାଇ ତେଜସ୍ୱୀ ଯାଦବଙ୍କୁ ଦହି ଓ ଚୁଡ଼ା ଖାଇବାକୁ ନିମନ୍ତ୍ରଣ କରିଥିଲେ। ତେଜ ପ୍ରତାପ ଯାଦବ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର କରିଥିଲେ। ଗୋଟିଏ ଫଟୋରେ ସେ ତେଜସ୍ୱୀଙ୍କ ଝିଅକୁ କୋଳରେ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା। ଫଟୋଗୁଡ଼ିକ ସେୟାର କରି ତେଜ ପ୍ରତାପ ଲେଖିଛନ୍ତି, ମୁଁ ମୋ ବାପା ଲାଲୁ ପ୍ରସାଦ ଯାଦବ ଏବଂ ମାତା ରାବରୀ ଦେବୀଙ୍କୁ ତାଙ୍କ ୧୦ ସର୍କୁଲାର ରୋଡସ୍ଥିତ ବାସଭବନରେ ଭେଟିଥିଲି ଏବଂ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲି। ମୁଁ ମୋର ସାନ ଭାଇ ଏବଂ ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀଙ୍କୁ ମଧ୍ୟ ଭେଟିଥିଲି ଏବଂ ମକର ସଂକ୍ରାନ୍ତି ଅବସରରେ ଆୟୋଜିତ ଦହି-ଚୂଡ଼ା ଭୋଜିକୁ ନିମନ୍ତ୍ରଣ କରିଥିଲି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button