ଦେଶ ବିଦେଶ

War: ଏପ୍ରିଲ୍ ୬ ପୂର୍ବରୁ ନିର୍ଣ୍ଣାୟକ ଯୁଦ୍ଧ!: ତେହେରାନ ଓ ଇସ୍‌ଫାହାନ ଉପରେ ପ୍ରଚଣ୍ଡ ଆକ୍ରମଣ

ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଚାଲିଥିବା ୩୨ ଦିନିଆ ସଂଘର୍ଷ ଏକ ଭୟଙ୍କର ଭୂ-ରାଜନୈତିକ ସଙ୍କଟର ରୂପ ନେଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତି ମଧ୍ୟ ବାଜିରେ ଲାଗିଛି।

ତେହେରାନ/ୱାସିଂଟନ: ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଚାଲିଥିବା ୩୨ ଦିନିଆ ସଂଘର୍ଷ ଏକ ଭୟଙ୍କର ଭୂ-ରାଜନୈତିକ ସଙ୍କଟର ରୂପ ନେଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତି ମଧ୍ୟ ବାଜିରେ ଲାଗିଛି। ଆଜି ଇସ୍ରାଏଲର ଜେରୁଜେଲମ ଆକାଶରେ ୧୦ଟି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ସଫଳତାର ସହ ରୋକାଯାଇଥିବାରୁ ସହର ଛାରଖାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହାର ଜବାବରେ ଆମେରିକା ପକ୍ଷରୁ ତେହେରାନ ଓ ଇସ୍‌ଫାହାନ ଉପରେ ‘ବଙ୍କର୍-ବଷ୍ଟର୍‌’ ବୋମା ବ୍ୟବହାର କରି ପ୍ରଚଣ୍ଡ ଆକ୍ରମଣ କରାଯାଇଛି।   ଏପ୍ରିଲ୍ ୬ ‘ହର୍ମୁଜ ସମୟସୀମା’ ପୂର୍ବରୁ ଏଭଳି ଭୀଷଣ ଆକ୍ରମଣ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ଚେତାବନୀ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଏବଂ ଚୁକ୍ତି ନହେଲେ ଇରାନର ବିନାଶ ନିଶ୍ଚିତ ବୋଲି ଦୋହରାଇଛନ୍ତି। ଇସ୍‌ଫାହାନର ପରମାଣୁ କାର୍ଯ୍ୟକ୍ରମ ସହ ସଂପୃକ୍ତ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇ ଟ୍ରମ୍ପ ପ୍ରଶାସନ ଇରାନକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ପାଇଁ ଚାପ ପକାଉଛି। ଆଜି ଲେବାନନ, ୟେମେନ ଓ ଇରାକରେ ଯୁଦ୍ଧ ଭୀଷଣ ହୋଇଥିବାରୁ ଆଗକୁ ବିଶ୍ବ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି।

Show More

Leave a Reply

Your email address will not be published. Required fields are marked *

Back to top button