Breaking News

ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି : ଆସନ୍ତା ସପ୍ତାହରୁ ବଢ଼ିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

0

ଭୁବନେଶ୍ୱର : ଲଘୁଚାପ ପରେ ଲଘୁଚାପ। ଆଗକୁ ଆସୁଛି ଆଉ ୨ଟି ଲଘୁଚାପ। ଆସନ୍ତା ୨ ସପ୍ତାହ ମଧ୍ୟରେ ଆସୁଛି ଆଉ ୨ଟି ଲଘୁଚାପ। ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ଆଜି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୮ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ପ୍ରଥମ ଲଘୁଚାପ। ଏହାସହ ସେପ୍ଟେମ୍ବର ୯ ରୁ ୧୫ ମଧ୍ୟରେ ହୋଇପାରେ ୨ୟ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି। ରାଜ୍ୟରେ ଆସନ୍ତା ୫ ତାରିଖରୁ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି।

ଆସନ୍ତା ସପ୍ତାହରୁ ବଢ଼ିବ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

୮ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆହୁରି ୨ ଦିନ ରହିବ ଦୁର୍ବଳ ମୌସୁମୀର ପ୍ରଭାବ ଜାରି ରହିବ । ଦୁର୍ବଳ ମୌସୁମୀର ପ୍ରଭାବ ପାଇଁ ବଢ଼ୁଛି ଦିନ ତାପମାତ୍ରା । ୨୪ ଘଣ୍ଟା ମଧ୍ୟରେ ୨୨ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ୩୬ ଦଶମିକ ୭ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।

Leave A Reply

Your email address will not be published.