ବିଶେଷ

Weavers: ପ୍ରକୃତ ଲାଭ ପାଉନାହାନ୍ତି ବୁଣାକାର, ପ୍ରକୃତ ଲାଭ ପାଉନାହାନ୍ତି ବୁଣାକାର

ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ବାନ୍ଧକଳା ଅନନ୍ୟ। ଜଣେ ବୁଣାକାର ଯେତିକି କଷ୍ଟ କରି ସୂକ୍ଷ୍ମ ବାନ୍ଧକଳା କାରୁକାର୍ଯ୍ୟରେ ବିଭିନ୍ନ କିସମର ଶାଢ଼ି ହେଉ ବା ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାଏ, ସେହି...

ସୋନପୁର: ସୁବର୍ଣ୍ଣପୁରଜିଲ୍ଲାର ବୁଣାକାରଙ୍କ ବାନ୍ଧକଳା ଅନନ୍ୟ। ଜଣେ ବୁଣାକାର ଯେତିକି କଷ୍ଟ କରି ସୂକ୍ଷ୍ମ ବାନ୍ଧକଳା କାରୁକାର୍ଯ୍ୟରେ ବିଭିନ୍ନ କିସମର ଶାଢ଼ି ହେଉ ବା ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାଏ, ସେହି ହିସାବରେ ସେ ପାରିଶ୍ରମିକ ପାଇନଥାଏ। ଏହାର ପ୍ରକୃତ କାରଣ ହେଉଛି, ବୁଣାକାର ତା’ର ପ୍ରସ୍ତୁତ ସାମଗ୍ରୀକୁ ସିଧାସଳଖ ବାହାର ବଜାରରେ ବିକ୍ରି କରିବାକୁ ଅସମର୍ଥ।

୨୦୧୭ ବୁଣାକାର ଗଣନା ଅନୁଯାୟୀ, ଜିଲ୍ଲାରେ ୧୩ ହଜାର ବୁଣାକାର ଥିଲେ। ଏବେ ପ୍ରାୟ ୨ ହଜାର ବୁଣାକାର ବୃଦ୍ଧି ଘଟିଥିବା ଆକଳନ କହୁଛି। ସେହିପରି ଜିଲ୍ଲାରେ ୭ ହଜାର ୭୨୨ଟି ତନ୍ତଶାଳା ରହିଥିଲା। ଏବେ ସେଥିରେ ମଧ୍ୟ ବୃଦ୍ଧି ଘଟିଛି। ତେବେ ବେସରକାରୀ ସ୍ତରରେ ଏହା ଅଧିକ ରହିଛି। ଜିଲ୍ଲାର ସାଗରପାଲି, କେନ୍ଦୁପାଲି, ନିମ୍ନା, ଦଶରାଜପୁର, ଚଢ଼େଇପଙ୍କ, ଇଚ୍ଛାପୁର, ରଥସାହି, ହରଡ଼ଖୋଲ, ସିଆଲଝୁଲି, ଶୁଖା, ହରିହରନଗର ଆଦି ପ୍ରାୟ ୬୦ ଗ୍ରାମରେ ବୁଣାକାର ପରିବାର ରହୁଛନ୍ତି। ୯୦% ରିହାତିରେ ମଙ୍ଗା ସାମଗ୍ରୀ, ୧୫% ରିହାତିରେ ସୂତା ବୁଣାକାରମାନଙ୍କୁ ଯୋଗାଇ ଦିଆଯାଉଛି। ତଥାପି ବ୍ୟବସ୍ଥିତ ଢଙ୍ଗରେ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇ ପାରୁ ନଥିବାରୁ ସେମାନେ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି। ଡିଜାଇନ୍‌ ପ୍ରସ୍ତୁତିକୁ ନେଇ ଶାଢ଼ିବୁଣା ପାଇଁ ସମୟ ଲାଗିଥାଏ। କିଛି ବୁଣାକାର ସେବା ସମବାୟ ସମିତିରୁ ବୁଣା ସାମଗ୍ରୀ ନେଇ ବୁଣିଥାନ୍ତି ଓ ଉତ୍ପାଦିତ ସାମଗ୍ରୀ ସମିତିକୁ ଦେଇ ପାରିଶ୍ରମିକ ପାଇଥାନ୍ତି।

ଆଉ କିଛି ବୁଣାକାର ବେପାରୀଙ୍କ ହାତରେ କମ୍‌ ମୂଲ୍ୟରେ ବିକ୍ରି କରିଥାନ୍ତି। ସେପଟେ ବେପାରୀମାନେ ବୁଣାକାରଙ୍କୁ ବୁଣା ସାମଗ୍ରୀ ଦେଇ ଶାଢ଼ି ପାଇଥାନ୍ତି। ଏପରିସ୍ଥଳରେ ଶାଢ଼ି ପ୍ରତି ବୁଣାକାରମାନେ କେବଳ ମଜୁରି ଦେଇଥାନ୍ତି। କିନ୍ତୁ ସେହି ଶାଢ଼ିକୁ ବାହାର ବଜାରରେ ବିକ୍ରି କରି ଅଧିକ ଲାଭବାନ ହେଉଛନ୍ତି। ଗରିବ ବୁଣାକାରମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବାହାର ବଜାରରେ ସିଧାସଳଖ ବିକି ପାରୁନଥିବାରୁ ଏହାର ଫାଇଦା ନେଉଛନ୍ତି ବେପାରୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button