ବିଶେଷ

Wedding dress: ବିଦ୍ୟାଙ୍କ ଶାଢ଼ିରେ ମୁନ୍‌ରୋ

ଅଭିନେତ୍ରୀ ବିଦ୍ୟା ବାଲନ୍‌ ବଲିଉଡ୍‌ର ହାତଗଣତି ତାରକାଙ୍କ ମଧ୍ୟରୁ ଜଣେ, ଯିଏ ପ୍ରାୟ ସବୁ ସମୟରେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି। ସେ ପ୍ରମାଣ କରିଛନ୍ତି ଯେ ଶାଢ଼ି କେବଳ ଏକ ପାରମ୍ପରିକ ପରିଧାନ ମାତ୍ର ନୁହେଁ, ଏହା ନାରୀ ଶକ୍ତି ଓ ଫ୍ୟାସନ୍‌ର ଅଭିବ୍ୟକ୍ତି ମଧ୍ୟ।

ଅଭିନେତ୍ରୀ ବିଦ୍ୟା ବାଲନ୍‌ ବଲିଉଡ୍‌ର ହାତଗଣତି ତାରକାଙ୍କ ମଧ୍ୟରୁ ଜଣେ, ଯିଏ ପ୍ରାୟ ସବୁ ସମୟରେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି। ସେ ପ୍ରମାଣ କରିଛନ୍ତି ଯେ ଶାଢ଼ି କେବଳ ଏକ ପାରମ୍ପରିକ ପରିଧାନ ମାତ୍ର ନୁହେଁ, ଏହା ନାରୀ ଶକ୍ତି ଓ ଫ୍ୟାସନ୍‌ର ଅଭିବ୍ୟକ୍ତି ମଧ୍ୟ। ଉଲ୍ଲେଖନୀୟ କଥା ହେଲା, ସେ ଶାଢ଼ି ଟ୍ରେଣ୍ଡ୍‌ ଅନୁସରଣ କରନ୍ତି ନାହିଁ, ନିଜେ ଟ୍ରେଣ୍ଡ୍‌ ଆରମ୍ଭ କରନ୍ତି। ନିକଟରେ ସେ ମହାରାଷ୍ଟ୍ରର ଏକ ହାତବୁଣା ଶାଢ଼ି ପିନ୍ଧି ନାରୀତ୍ବର ମହାନତାକୁ ଉତ୍ସବାୟିତ କରିଛନ୍ତି। ଏହି ଶାଢ଼ିଟି ମହାରାଷ୍ଟ୍ରର ପାରମ୍ପରିକ ପୈଠଣୀ ଶୈଳୀରେ ବୁଣା ହୋଇଛି।

ଶତପ୍ରତିଶତ ସିଲ୍‌କ ବା ରେଶମରୁ ଏହା ପ୍ରସ୍ତୁତ। ଏହାର ପଣତରେ ଶୋଭା ପାଉଛି ବିଂଶ ଶତାବ୍ଦୀର ଫ୍ୟାସନ୍‌ ଆଇକନ୍‌ ମାରିଲିନ୍‌ ମୁନ୍‌ରୋଙ୍କ ମୁହଁ। ଶାଢ଼ିରେ ମୁନ୍‌ରୋଙ୍କ ଚିତ୍ର ସନ୍ନିହିତ କରି ଭାରତୀୟ ବୟନ କଳା ସହିତ ବିଶ୍ବ ସଂସ୍କୃତିକୁ ଯୋଡ଼ିବାର ଉଦ୍ୟମ କରାଯାଇଛି। ତେବେ ଏହି ସୁନ୍ଦର କଳାକୃତିପୂର୍ଣ୍ଣ ଶାଢ଼ି ପିନ୍ଧିବାକୁ ହେଲେ ଆପଣଙ୍କୁ ଋଣ ନେବାକୁ ପଡ଼ିପାରେ। କାରଣ ଏହି ଶାଢ଼ିର ଦାମ ହେଉଛି ଏକ ଲକ୍ଷ ୮୯ ହଜାର ଟଙ୍କା!

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button