ଦେଶ ବିଦେଶରାଜନୀତି

West Asia conflicts: ଭାରତ ସରକାର ସଠିକ କାମ କରୁଛନ୍ତି: ସାଂସଦ ମୀନଷ ତିୱାରୀ

କଂଗ୍ରେସ ସାଂସଦ ମନୀଷ ତିୱାରୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଉପରେ ଭାରତର ଆଭିମୁଖ୍ୟ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି ଗୁରୁତ୍ୱାରୋପ କରିଛନ୍ତି ଯେ, ନୂଆଦିଲ୍ଲୀ ସର୍ବଦା ଏହି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି।

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ମନୀଷ ତିୱାରୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଉପରେ ଭାରତର ଆଭିମୁଖ୍ୟ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି ଗୁରୁତ୍ୱାରୋପ କରିଛନ୍ତି ଯେ, ନୂଆଦିଲ୍ଲୀ ସର୍ବଦା ଏହି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ, ପଶ୍ଚିମ ଏସିଆରେ ଗୋଟିଏ ଯୁଦ୍ଧ ନୁହେଁ ଏକାଧିକ ଯୁଦ୍ଧ ଘଟୁଛି। ଇସ୍ରାଏଲ ଏବଂ ଇରାନ ତଥା ଆମେରିକା ମଧ୍ୟରେ ଯାହା ଘଟୁଛି ସେଥିରେ କାହାର ପକ୍ଷ ନେବା ମଧ୍ୟପ୍ରାଚ୍ୟ ଉପରେ ବଡ଼ ଧରଣର ପ୍ରଭାବ ପକାଇବ। ଏହା ଆମର ଯୁଦ୍ଧ ନୁହେଁ। ଆମେ ସର୍ବଦା ବୃହତ ମଧ୍ୟପ୍ରାଚ୍ୟ ସହିତ ଭଲ ସମ୍ପର୍କ ରଖି ଆସିଛୁ।

ସଂଘର୍ଷ ପୂର୍ବରୁ, ଜେଟ୍ ଇନ୍ଧନ ମୂଲ୍ୟ ବ୍ୟାରେଲ ପ୍ରତି ୮୫-୯୦ ଡଲାର ପାଖାପାଖି ରହିଥିଲା। କିନ୍ତୁ, ସାମ୍ପ୍ରତିକ ଦିନରେ ଏହା ନାଟକୀୟ ଭାବରେ ବୃଦ୍ଧି ପାଇ ପ୍ରତି ବ୍ୟାରେଲ ୧୫୦ ରୁ ୨୦୦ ଡଲାର ମଧ୍ୟରେ ପହଞ୍ଚିଛି। ଏହା ଏକ ରଣନୈତିକ ସ୍ଥିତି। ଭାରତ ଏକ୍ଷେତ୍ରରେ ସଠିକ କାମ କରୁଛି। ଯଦି ଆମେ ସତର୍କ, ମୁଁ ଭାବୁଛି ଆମେ ଠିକ୍ କାମ କରୁଛୁ। କାରଣ ପ୍ରକୃତରେ ଏହା ହେଉଛି ରଣନୈତିକ ସ୍ୱାୟତ୍ତତା। ନିଜ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ଆଗକୁ ବଢ଼ିବାର କ୍ଷମତା ନେଇ ଆମେ ଚିନ୍ତା କରୁଛୁ।

ସେ କହିଛନ୍ତି, ଭାରତ ଯୁଦ୍ଧ ଆରମ୍ଭରୁ ଆଲୋଚନା ଓ କୂଟନୀତିର ଆବଶ୍ୟକତା ଉପରେ ଜୋର ଦେଇ ଆସିଛି। ଭାରତ ଉପସାଗରରେ ଇରାନ ଆକ୍ରମଣକୁ ନିନ୍ଦା କରିଥିବା ବେଳେ, ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ଗ୍ୟାସ୍ ଏବଂ ତେଲ ଯୋଗାଣକୁ ସୁରକ୍ଷିତ କରିବା ପାଇଁ ତେହେରାନ ସହିତ କୂଟନୈତିକ ପ୍ରୟାସକୁ ମଧ୍ୟ ବୃଦ୍ଧି କରିଛି ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button