ବିଶେଷ

Why are migraines: ମହିଳାମାନଙ୍କଠାରେ ମାଇଗ୍ରେନ୍ କାହିଁକି ଅଧିକ ହୁଏ?

ମହିଳାମାନଙ୍କ ମଧ୍ୟରେ ମାଇଗ୍ରେନ୍‌ ହେବାର ମୂଳ କାରଣ ହେଉଛି ହରମୋନ୍‌ରେ ପରିବର୍ତ୍ତନ। ମଣିପାଲ ହସ୍ପିଟାଲ୍‌ ବିଜୟୱାଡ଼ାର ପରାମର୍ଶଦାତା ନ୍ୟୁରୋଲୋଜିଷ୍ଟ ଡକ୍ଟର ମୁରଲୀ ଚେକୁରି କହିଛନ୍ତିି.....

ମହିଳାମାନଙ୍କ ମଧ୍ୟରେ ମାଇଗ୍ରେନ୍‌ ହେବାର ମୂଳ କାରଣ ହେଉଛି ହରମୋନ୍‌ରେ ପରିବର୍ତ୍ତନ। ମଣିପାଲ ହସ୍ପିଟାଲ୍‌ ବିଜୟୱାଡ଼ାର ପରାମର୍ଶଦାତା ନ୍ୟୁରୋଲୋଜିଷ୍ଟ ଡକ୍ଟର ମୁରଲୀ ଚେକୁରି କହିଛନ୍ତିି ଯେ, ଜୀବନର ବିଭିନ୍ନ ପର୍ଯ୍ୟାୟରେ ହରମୋନ୍‌ ପରିବର୍ତ୍ତନ ମାଇଗ୍ରେନ୍‌ ଶୈଳୀକୁ ପ୍ରଭାବିତ କରିପାରେ। “ମାଇଗ୍ରେନ୍‌କୁ ପ୍ରାୟତଃ ‘କେବଳ ମୁଣ୍ଡବିନ୍ଧା’ ବୋଲି ଭାବି ଅବହେଳା କରିବା ଉଚିତ ନୁହେଁ। ଅନେକ ମହିଳାଙ୍କ ପାଇଁ ଏହା ଏକ ଦୀର୍ଘକାଳୀନ ସ୍ନାୟୁ ରୋଗକୁ ପ୍ରତିନିଧିତ୍ୱ କରେ ଯାହା ଦୈନନ୍ଦିନ ଜୀବନକୁ ବ୍ୟାହତ କରିଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ ମାଇଗ୍ରେନ୍ ଅନୁଭବ କରନ୍ତି”।

ଏକ ପ୍ରମୁଖ କାରଣ ହେଉଛି ଇଷ୍ଟ୍ରୋଜେନ୍‌। ଏକ ହରମୋନ୍ ଯାହା ମହିଳାଙ୍କ ଜୀବନ ସାରା ପରିବର୍ତ୍ତନଶୀଳ ରହିଥାଏ। ଇଷ୍ଟ୍ରୋଜେନ୍ ଏକ ପ୍ରମୁଖ ହରମୋନ୍ ଭାବରେ କାର୍ଯ୍ୟ କରେ ଯାହା ମାଇଗ୍ରେନ୍ ଆକ୍ରମଣର ମୁଖ୍ୟ କାରଣ ହୋଇଥାଏ। ଅନେକ ମହିଳା ମାସିକ ଋତୁସ୍ରାବ ସମୟରେ ମାଇଗ୍ରେନ୍ ଅନୁଭବ କରନ୍ତି କାରଣ ସେମାନଙ୍କ ମାସିକ ଋତୁସ୍ରାବ ପୂର୍ବରୁ ଇଷ୍ଟ୍ରୋଜେନ୍‌ସ୍ତର ହଠାତ୍‌ ହ୍ରାସ ପାଏ ବୋଲି ସେ କହିଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ ମାଇଗ୍ରେନ୍‌ ଥିବା ୬୦% ପର୍ଯ୍ୟନ୍ତ ମହିଳା ସେମାନଙ୍କର ମାସିକ ଋତୁସ୍ରାବଚକ୍ର ସହିତ ଜଡ଼ିତ। ଗର୍ଭାବସ୍ଥାରେ ହରମୋନ୍ ପରିବର୍ତ୍ତନ ମଧ୍ୟ ମାଇଗ୍ରେନ୍‌କୁ ପ୍ରଭାବିତ କରିପାରେ। ସେହିପରି ପେରିମେନୋପାଜଲ୍ ଟ୍ରାଞ୍ଜିସନ୍ ସମୟରେ ହରମୋନ୍ ପରିବର୍ତ୍ତନ ଅସ୍ଥାୟୀ ଭାବରେ ମାଇଗ୍ରେନ୍ ଫ୍ରିକ୍ୱେନ୍ସିକୁ ଖରାପ କରିପାରେ ଏବଂ
ମେନୋପଜ୍ ପରେ ସ୍ଥିର ହୋଇଯାଏ।

ବେଳେବେଳେ ଅଧିକ ମାଇଗ୍ରେନ୍‌ ଷ୍ଟ୍ରୋକ୍‌ର ରୂପ ଧାରଣ କରିଥାଏ। ଡକ୍ଟର ଚେକୁରି ଉଲ୍ଲେଖକରିଛନ୍ତି ଯେ, ଯେଉଁଠାରେ ରୋଗୀମାନେ ଦେଖିବାରେ ଅସୁବିଧା, ଝଲସୁଥିବା ଆଲୋକ କିମ୍ବା ମୁଣ୍ଡବିନ୍ଧା ପୂର୍ବରୁ ଝିମ୍ ଝୁମିବା ଅନୁଭବ କରନ୍ତି ତାହା ଷ୍ଟ୍ରୋକ୍ ବିପଦକୁ ବୃଦ୍ଧି କରୁଥିବା ଦେଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଇଗ୍ରେନ୍‌ ସହିତ ଯଦି ଉଚ୍ଚ ରକ୍ତଚାପ, ଧୂମପାନ ଅଭ୍ୟାସ, ଉଚ୍ଚ କୋଲେଷ୍ଟ୍ରଲ୍‌ ଥାଏ ତେବେ ଷ୍ଟ୍ରୋକ୍‌ ହେବାର ପରିଣାମ ଅଧିକ ହୋଇଥାଏ।

ଡାକ୍ତର ଚେକୁରି ପରାମର୍ଶ ଦିଅନ୍ତି “ଯେଉଁ ମହିଳାମାନେ ନିରନ୍ତର ମାଇଗ୍ରେନ୍ ଲକ୍ଷଣ ଅନୁଭବ କରନ୍ତି ସେମାନେ କେବଳ ଓଭର-ଦି-କାଉଣ୍ଟର ଯନ୍ତ୍ରଣା ଔଷଧ ଉପରେ ନିର୍ଭର କରିବା ପରିବର୍ତ୍ତେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ପରାମର୍ଶ କରିବା ଉଚିତ। ସମୟୋଚିତ ରୋଗ ନିର୍ଣ୍ଣୟ ଡାକ୍ତରମାନଙ୍କୁ ପ୍ରତିରୋଧକ ଚିକିତ୍ସା ବିକଳ୍ପ ଓ ଜୀବନଶୈଳୀ ପରିମର୍ତ୍ତନ ଉପରେ ଗୁରୁତ୍ବ ଦେଇଥାଏ।

ମହିଳାମାନେ କିପରି ସେମାନଙ୍କର ବିପଦ ହ୍ରାସ କରିପାରିବେ: ନ୍ୟୁରୋଲୋଜିଷ୍ଟମାନେ କହନ୍ତି ଯେ, ଜୀବନଶୈଳୀର ଅନେକ ପଦକ୍ଷେପ ମାଇଗ୍ରେନ୍ ଫ୍ରିକ୍ୱେନ୍ସି ଏବଂ ସମ୍ବନ୍ଧିତ ସ୍ୱାସ୍ଥ୍ୟ ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିପାରିବ। ଡକ୍ଟର ଚେକୁରି ପ୍ରତିରୋଧକ ଯତ୍ନର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, “ପ୍ରାରମ୍ଭିକ ସ୍କ୍ରିନିଂ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରକ୍ତଚାପ ନିରୀକ୍ଷଣ, ସୁସ୍ଥ ଓଜନ ବଜାୟ ରଖିବା, ଶାରୀରିକ ଭାବରେ ସକ୍ରିୟ ରହିବା ଓ ଧୂମପାନ ଛାଡ଼ିବା ଦ୍ୱାରା ଜଟିଳତାକୁ ଯଥେଷ୍ଟ ହ୍ରାସ କରାଯାଇପାରିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button