ଜଳବାୟୁ
Winter: ସାମାନ୍ୟ କମିଲା ରାତି ଜାଡ଼
ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ କମିଛି। ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଛି।

ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ କମିଛି। ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଛି। ଏଥିସହ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୭ ଡିଗ୍ରି, ଘୁ. ଉଦୟଗିରିରେ ୭.୬ ଡିଗ୍ରି, ନବରଙ୍ଗପୁରରେ ୮.୮ ଡିଗ୍ରି, ଚିପିଲିମା ଓ ଅନୁଗୁଳରେ ୯ ଡିଗ୍ରି ଏବଂ ଝାରସୁଗୁଡ଼ାରେ ୯.୮ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି।
ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ଏହିଭଳି ହିଁ ରହିବ। ଅନ୍ୟପଟେ ଗତକାଲି ରାତିରେ ରାଜଧାନୀର ସର୍ବନିମ୍ନ ରାତି ତାପମତ୍ରା ୧୪.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକର ଥିଲା ୧୩ ଡିଗ୍ରି। ଆସନ୍ତାକାଲି ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇପାରେ।
ସୌଜନ୍ୟ ସମ୍ବାଦ

