ଜଳବାୟୁ
Winter in odisha: ଶୀତ ପୁଣି ବଢ଼ିବ
ଆଜିଠାରୁ ଧୀରେଧୀରେ ପୁଣି ଶୀତ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ।

ଭୁବନେଶ୍ବର: ଆଜିଠାରୁ ଧୀରେଧୀରେ ପୁଣି ଶୀତ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ଫଳରେ ଶୀତ ବଢ଼ିବ। ଆସନ୍ତାକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରି, ରାଉରକେଲାରେ ୯ ଡିଗ୍ରି, କିରେଇରେ ୯.୮ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି ଓ ଚିପିଲିମାରେ ୧୦.୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି।
ରାଜଧାନୀ ଭୁବନେଶ୍ବରରେ ଗତକାଲି ରାତିରେ ଶୀତ କମିଥିବା ବେଳେ ଏଠାରେ ରାତି ତାପମାତ୍ରା ୧୬.୯ ଡିଗ୍ରି ରେକର୍ଡ ହୋଇଛି। ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିଲା।
ସୌଜନ୍ୟ ସମ୍ବାଦ




