ଅପରାଧଓଡିଶା

Woman Death Poisonous Liquor ବିଷାକ୍ତ ମଦ ପିଇ ମହିଳାଙ୍କ ମୃତ୍ୟୁ ସନ୍ଦେହ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଅନ୍ଧାରି ପଞ୍ଚାୟତର ଘଘାରିବସ୍ତିରେ ଜଣେ ମହିଳାଙ୍କ ଅସ୍ବାଭାବିକ Death ହୋଇଛି। ମୃତ ମହିଳାଙ୍କ ନାମ ଦୀପା ସାହୁ(୩୫)।

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଅନ୍ଧାରି ପଞ୍ଚାୟତର ଘଘାରିବସ୍ତିରେ ଜଣେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଦୀପା ସାହୁ(୩୫)। ପ୍ରାଥମିକ ତଦନ୍ତରୁ ଏହା ବିଷାକ୍ତମଦ ପିଇବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

ସୂଚନା ଅନୁଯାୟୀ, ଘଘାରିବସ୍ତିରେ ରହୁଥିବା ଦୀପା ନିୟମିତ ମଦ ପିଉଥିଲେ। ସୋମବାର ଅନ୍ଧାରିବସ୍ତିକୁ ଯାଇ ସେଠାରେ ଦେଶୀ ମହୁଲିମଦ ପିଇ ଘରକୁ ଫେରିଥିଲେ। ବୁଧବାର ତାଙ୍କର ମୃତଦେହ ଘରଭିତରେ ଥିବା ଦେଖି ଗ୍ରାମବାସୀ ବୀରମିତ୍ରପୁର ଥାନାକୁ ଖବର ଦେଇଥିଲେ। ଏସ୍‌ଆଇ ସାଜନ କୁମାର, ବିଜୟ ଦେହୁରୀ ପୁଲିସ ଦଳସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତକରି ତଦନ୍ତ ଚଳାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଏଣେ ଗତ ସେପ୍ଟେମ୍ବର ମାସରେ ରାୟଗଡ଼ା ଜିଲ୍ଲା  ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ଗ୍ରାମର ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ମୃତ ମହିଳା ଜଣକ ହେଲେ ରଂଜିତା ତ୍ରିପାଠୀ ଏବଂ ସେ ଡମ୍ବସରା ଗ୍ରାମ  ପଂଚାୟତର ନାଏବ ସରପଞ୍ଚ ବୋଲି ଜଣା ପଡ଼ିଥିଲା। ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ରଂଜିତାଙ୍କ ପରିବାର ବର୍ଗ ଗୁଣପୁର ଥାନାରେ ଦ୍ୱାରସ୍ଥ ହୋଇ ଏହା ହତ୍ୟା ନା ଆତ୍ମହତ୍ୟା ଘଟିଛି ଏହା ସଠିକ ତଦନ୍ତ କରିବା ପାଇଁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମୃତ ରଂଜିତା ଡମ୍ବସରା ଗ୍ରାମର ନରସିଂହ ତ୍ରିପାଠୀଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ । ତେବେ କୌଣସି କାରଣବଶତଃ ଗତକାଲି ରଂଜିତାଙ୍କ ମୃତ୍ୟୁ ଘଟିଥିଲା। ସଂଗେ ସଂଗେ ପରିବାରବର୍ଗ ରଂଜିତାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ ବି ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଗୁଣପୁର ପୁଲିସ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଆଇ ଆଇ ସି କେକେବିକେ କହଁର ପ୍ରକାଶ କରିଥିଲେ I

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button