
ଭୁବନେଶ୍ୱର: ଓଡ଼ିଶାରେ ମହିଳାମାନେ ରାଜ୍ୟର ବିକାଶରେ କେବଳ ସହଭାଗୀ ନୁହନ୍ତି ବରଂ ପରିବର୍ତ୍ତନର ନେତୃତ୍ୱ ନେଇ ରାଜ୍ୟର ବିକାଶ ଧାରାକୁ ଏକ ନୂତନ ରୂପ ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ମେ’ଫେୟାର କନ୍ଭେନ୍ସନ୍ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ ବର୍ତ୍ତମାନ ମହିଳା ସଶକ୍ତୀକରଣର ସୁନାମି ଆସିଛି ଏବଂ ଓଡ଼ିଶା ପ୍ରଗତିପଥେ ଅଗ୍ରସର ହେଉଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପାଟି, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମେୟର ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ମୃଣାଳିନୀ ଦର୍ସୱାଲ, ମିସନ ଶକ୍ତି ବିଭାଗର କମିସନର ମାନସୀ ନିମ୍ଭାଲ, ‘ସମ୍ବାଦ’ ଓ କନକ ନ୍ୟୁଜ୍ର ସମ୍ପାଦକ ତନୟା ପଟ୍ଟନାୟକ, ଓଟିଭିର ଜାଗୀ ମଙ୍ଗତ ପଣ୍ଡା ଓ ଅନ୍ୟ ସଫଳ ମହିଳାମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ତାଙ୍କର ଅଦ୍ୱିତୀୟ ନେତୃତ୍ୱ ଏବଂ ଜନ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




