Breaking News

ମଲରୁ ମଲ୍ ବୁଲି ଲୁଟ୍ କରୁଛନ୍ତି ମହିଳା ଲୁଟେରା, ଶାଢି ଭିତରେ ଚୋରି ଜିନିଷ ଲୁଚାଇ ହୋଇଯାଉଥିଲେ ଫେରାର

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲୁଟପାତ୍‌‌ କରୁଥିଲେ ମହିଳା ଗ୍ୟାଙ୍ଗ। ଏହି ଘଟଣାରେ ୮ ଜଣ ମହିଳାଙ୍କୁ ଶୁକ୍ରବାର ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଏମାନେ ବିଭିନ୍ନ ସପିଂ ମଲ୍‌‌କୁ ଟାର୍ଗେଟ କରି ଲୁଟ୍‌‌ କରୁଥିଲେ। ଦାମୀ ସାମଗ୍ରୀ ମଧ୍ୟ ଲୁଟ କରିଥିଲେ। ଗିରଫ ସମସ୍ତ ମହିଳା ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି। ଗ୍ରାହକ ବେଶରେ ଯାଇ ଲୁଟ କରୁଥିବା ବେଳେ ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ରଜ ବଜାରକୁ ନେଇ ଭୁବନେଶ୍ୱର ମଲ୍ଗୁଡ଼ିକ ଚଳଚଞ୍ଚଳ । ଆଉ ଏହି ଭିଡ଼ର ଫାଇଦା ଉଠାଉଛନ୍ତି କିଛି ମହିଳା । ମଲ ଭିତରୁ ମାଲ୍ ଗାୟବ କରିଥିବା ମହିଳାଙ୍କ ଏମିତି କିଛି ଚିତ୍ର ପଦାକୁ ଆସିଛି, ଯାହା ଆପଣ କେବେ ପୂର୍ବରୁ ଦେଖିନଥିବେ । ଜଣେ ମହିଳାଙ୍କୁ ଘେରି ରହିଛନ୍ତି ମଲର କର୍ମଚାରୀ । କିଛି ସମୟର ଯୁକ୍ତିତର୍କ ପରେ ଗୋଟିଏ ପରେ ଗୋଟିଏ ଜିନିଷ ମହିଳା ଜଣକ ତାଙ୍କ ଦେହରୁ ବାହାର କରୁଛନ୍ତି । ଅତି ଚତୁରତାର ସହ ଆଖି ପିଛୁଳାକେ କେମିତି ଜିନିଷ ଗାଏବ କରିଦେଇଛନ୍ତି , ତା’ର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । କେବଳ ଜଣେ କି ଦୁଇ ଜଣ ନୁହେଁ, ୧୩ ଜଣିଆ ଗ୍ୟାଙ୍ଗ ରଜ ବଜାରର ଫାଇଦା ଉଠାଇବାକୁ ଯାଇ ଭୁବନେଶ୍ୱରର ୫ରୁ ଅଧିକ ମଲରେ ଏମିତି ଲୁଟ୍ କରିଛନ୍ତି । ନୟାପଲ୍ଲୀ ଥାନା ଅଧୀନରେ ଥିବା ଏକ ମଲରୁ ଲୁଟ୍ ବେଳେ ରଙ୍ଗେ ହାତ ଧରାପଡ଼ିଛନ୍ତି ।

ଫେସ ୱାଶରୁ ଆରମ୍ଭ କରି ହରଲିକ୍ସ ପର୍ଯ୍ୟନ୍ତ, ବିସ୍କୁଟଠାରୁ ଆରମ୍ଭ କରି ଲଙ୍କା ଗୁଣ୍ଡ ପର୍ଯ୍ୟନ୍ତ, କୌଣସି ଜିନିଷ ବାଦପଡ଼ିନି । ଆଖି ଆଗରେ ଯାହା ପଡ଼ିଛି, ଆଖି ପିଛୁଳାକେ ଲୁଟି ନେଇଛନ୍ତି । ଜଣେ ମହିଳା ଗୋଟିଏ ପରେ ଗୋଟିଏ ଲୁଟ୍ କରିଥିବା ଜିନିଷ କାଢ଼ୁଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମହିଳା ଲୁଟେରାମାନେ ପୋଷାକ ଭିତରେ ବିଭିନ୍ନ ସାମଗ୍ରୀ ରଖି ଅନାୟାସରେ ଯିବାଆସିବା କରିପାରୁଛନ୍ତି । ତେବେ ଭୁବନେଶ୍ୱରରେ ଲୁଟ୍ କରୁଥିବା ବେଳେ ମଲ୍ କର୍ମଚାରୀଙ୍କ ନଜର ପଡ଼ିବା ପରେ ସେମାନଙ୍କ କଳା କାରନାମା ପଦାକୁ ଆସିଛି । ନୟାପଲ୍ଲୀ ପୋଲିସ ହାତରେ ଧରାପଡ଼ିଛନ୍ତି ପଶ୍ଚିମବଙ୍ଗର ୯ ମହିଳା । ଏସମସ୍ତଙ୍କୁ ଆଜି ଗିରଫ କରାଯାଇଛି । ପ୍ରଶ୍ନ ଉଠୁଛି ମହିଳା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କିଏ?

Leave A Reply

Your email address will not be published.