Women’s life expectancy is high!: ମହିଳାଙ୍କ ଆୟୁ ବେଶୀ!
ବିଶ୍ୱର ପ୍ରାୟ ପ୍ରତ୍ୟେକ କୋଣରେ ଦେଖାଯାଇଛି ଯେ ମହିଳାମାନେ ସାଧାରଣତଃ ପୁରୁଷମାନଙ୍କ ତୁଳନାରେ ଅଧିକ ଦିନ ବଞ୍ଚନ୍ତି। ନୂତନ ଗବେଷଣା ଏହି ଦୀର୍ଘକାଳୀନ ରହସ୍ୟକୁ ଉନ୍ମୋଚନ କରିଛି। ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ୍ ଇନଷ୍ଟିଚ୍ୟୁଟ୍ ଫର୍ ଇଭୋଲୁସ୍ନାରି....

ବିଶ୍ୱର ପ୍ରାୟ ପ୍ରତ୍ୟେକ କୋଣରେ ଦେଖାଯାଇଛି ଯେ ମହିଳାମାନେ ସାଧାରଣତଃ ପୁରୁଷମାନଙ୍କ ତୁଳନାରେ ଅଧିକ ଦିନ ବଞ୍ଚନ୍ତି। ନୂତନ ଗବେଷଣା ଏହି ଦୀର୍ଘକାଳୀନ ରହସ୍ୟକୁ ଉନ୍ମୋଚନ କରିଛି। ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ୍ ଇନଷ୍ଟିଚ୍ୟୁଟ୍ ଫର୍ ଇଭୋଲୁସ୍ନାରି ଆନ୍ଥ୍ରୋପୋଲୋଜିର ବୈଜ୍ଞାନିକମାନେ କହିଛନ୍ତି, ଏହି ପାର୍ଥକ୍ୟ କେବଳ ମଣିଷମାନଙ୍କ ମଧ୍ୟରେ ନୁହେଁ ବରଂ ଅଧିକାଂଶ ସ୍ତନ୍ୟପାୟୀ ଜାତିର ପ୍ରାଣୀଙ୍କ ଠାରେ ମଧ୍ୟ ଦେଖାଯାଏ। ମହିଳାଙ୍କ ଦୀର୍ଘାୟୁ ପଛରେ ତିନିଟି ପ୍ରମୁଖ କାରଣ ହେଉଛି ସେମାନଙ୍କର ଜଟିଳ ଜୈବିକ ଗଠନ, ଆଚରଣଗତ ଅଭ୍ୟାସ ଓ ବିବର୍ତ୍ତନମୂଳକ ଚାପ। ଆମେରିକାର ତଥ୍ୟ ଦର୍ଶାଉଛି ଯେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ହାରାହାରି ପାଞ୍ଚ ବର୍ଷ ଅଧିକ ବଞ୍ଚନ୍ତି। ତଥାପି ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି ଯେ ପୁରୁଷମାନେ ସେମାନଙ୍କର ସ୍ୱାସ୍ଥ୍ୟ ଅଭ୍ୟାସରେ ଉନ୍ନତି ଆଣିଲେ ମାନସିକ ଚାପ ଓ ନିଶାକୁ ଏଡ଼ାଇଲେ ଏହି ପାର୍ଥକ୍ୟରେ କିଛିଟା ହ୍ରାସ ପାଇପାରିବ।
ପୁରୁଷମାନେ ଅତ୍ୟଧିକ ଧୂମପାନ, ମଦ୍ୟପାନ, ଓ ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସେମାନଙ୍କର ଆୟୁଷ ହ୍ରାସ ହୋଇଯାଏ। ହାର୍ଭାର୍ଡ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଆଲାନ୍ ଗେଲରଙ୍କ ମତରେ, ପୁରୁଷମାନେ ଆତ୍ମହତ୍ୟା, ହିଂସା ଓ ଦୁର୍ଘଟଣାରୁ ମଧ୍ୟ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ ରହିଛି। ଏହା ବ୍ୟତୀତ ପୁରୁଷମାନେ ହୃଦ୍ରୋଗ, କର୍କଟ ରୋଗ, ଫୁସ୍ଫୁସ୍ ଓ ଚର୍ମ କର୍କଟ ରୋଗରେ ପୀଡ଼ିତ ହେବାର ଅଧିକାଂଶ ଦେଖିବାକୁ ମିଳୁଛି। ତେଣୁ ଗୋଟିଏ ପଟେ ଜୈବିକ ଦୁର୍ବଳତା ଏବଂ ଅନ୍ୟପଟେ ଏକ ଅସୁରକ୍ଷିତ ଜୀବନଶୈଳୀ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ଦ୍ୱିଗୁଣିତ କ୍ଷତି ପହଞ୍ଚାଉଛି। ଏହି କାରଣରୁ ପୁରୁଷଙ୍କ ଅାୟୁଷ ଧୀରେଧୀରେ ହ୍ରାସ ପାଇବାକୁ ଲାଗିଛି।
ସୌଜନ୍ୟ ସମ୍ବାଦ




