ଖେଳଦେଶ ବିଦେଶ

Women’s Twenty20 World Cup: ଜୁନ୍‌ ୧୨ରୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌

ଗ୍ରୁପ୍‌‘ଏ’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେଦରଲାଣ୍ଡସ୍‌ ସ୍ଥାନ ପାଇଥିବାବେଳେ ଗ୍ରୁପ୍‌ ‘ବି’ରେ ଓ୍ବେଷ୍ଟ୍‌ ଇଣ୍ଡିଜ୍‌, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ସ୍କଟ୍‌ଲାଣ୍ଡ୍‌ ସ୍ଥାନ ପାଇଛନ୍ତି।

ଲଣ୍ଡନ: ଆଇସିସି ପକ୍ଷରୁ ଆସନ୍ତା ଜୁନ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୨୬କ ସଂପୂର୍ଣ୍ଣ ଖେଳସୂଚୀ ଜାରି କରାଯାଇଛି। ଗ୍ରୁପ୍‌‘ଏ’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେଦରଲାଣ୍ଡସ୍‌ ସ୍ଥାନ ପାଇଥିବାବେଳେ ଗ୍ରୁପ୍‌ ‘ବି’ରେ ଓ୍ବେଷ୍ଟ୍‌ ଇଣ୍ଡିଜ୍‌, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ସ୍କଟ୍‌ଲାଣ୍ଡ୍‌ ସ୍ଥାନ ପାଇଛନ୍ତି।

ଏଥର ନେଦରଲାଣ୍ଡସ୍‌ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଖେଳିବାକୁ ସୁଯୋଗ ପାଇଛି। ଗତ ମାସରେ ଅନୁଷ୍ଠିତ ମହିଳା ବିଶ୍ବକପ୍‌ ଯୋଗ୍ୟତା ପ୍ରତିଯୋଗିତାର ସୁପର ସିକ୍ସ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍‌ ଜିତିବା ପରେ ଏହି ଦେଶକୁ ବିଶ୍ବକପ୍‌ ଟିକେଟ୍‌ ମିଳିଛି। ଏହି ବିଶ୍ବକପ୍‌ରେ ମୋଟ ୩୩ଟି ମ୍ୟାଚ୍‌ ୭ଟି ଷ୍ଟାଡିୟମ୍‌ରେ ଖେଳାଯିବ। ସେଗୁଡ଼ିକ ହେଉଛି ଓଲଡ୍‌ ଟ୍ରାଫୋର୍ଡ, ହେଡିଙ୍ଗଲେ, ହାମ୍ପସାୟାର ବୋଲ୍‌, ବ୍ରିଷ୍ଟଲ୍‌ କାଉଣ୍ଟି, ଏଜବାଷ୍ଟନ୍‌, ଦି ଓଭାଲ ଓ ଲର୍ଡସ୍‌। ଉଦଘାଟନୀ ମ୍ୟାଚ୍‌ ଜୁନ ୧୨ରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଏଜ୍‌ବାଷ୍ଟନ୍‌ଠାରେ ଖେଳାଯିବ। ସେହି ଷ୍ଟାଡିୟମ୍‌ରେ ଜୁନ ୧୪ରେ ଭାରତ ଓ ପାକିସ୍ତାନ ମୁକାବିଲା ହେବ। ଫାଇନାଲ୍‌ ମ୍ୟାଚ୍‌ ଜୁଲାଇ ୫ରେ ଲର୍ଡସ୍‌ଠାରେ ଖେଳାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button