ମନୋରଞ୍ଜନ

Movie Varanasi: ରାଜାମୌଲିଙ୍କ ନୂତନ ସିନେମା ‘ବାରାଣସୀ’ର ଧମାକେଦାର ଟିଜର ରିଲିଜ୍, ମହେଶ ବାବୁଙ୍କ ପ୍ରଥମ ଲୁକ୍ ଭାଇରାଲ

ଏସ୍‌ଏସ୍‌ ରାଜାମୌଲି ତାଙ୍କ ନୂତନ ଫିଲ୍ମ ‘ବାରାଣସୀ’ର ପ୍ରଥମ ଲୁକ୍ ଏବଂ ଟିଜର ହାଇଦ୍ରାବାଦରେ ଭବ୍ୟ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି। ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଓ ପୃଥ୍ୱୀରାଜଙ୍କ ଲୁକ୍ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ାଇଛି। ଏହି ଫିଲ୍ମଟି ଏସିଆର ସବୁଠାରୁ ମହଙ୍ଗା ସିନେମା ହେବ।

ନୂଆଦିଲ୍ଲୀ: ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଏବେ ତାଙ୍କର ଅନ୍ୟ ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। RRR ଏବଂ ବାହୁବଳୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଏସ୍‌ଏସ୍‌ ରାଜାମୌଲି ଏବେ ଏସିଆର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ ‘ବାରାଣସୀ’ ରଖାଯାଇଛି। ପ୍ରଶଂସକମାନଙ୍କ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏକ ବିଶାଳ କାର୍ଯ୍ୟକ୍ରମ କରାଯାଇ ଫିଲ୍ମର ଟିଜର ରିଲିଜ୍ କରାଯାଇଛି। ଟିଜରରେ କଳାକାରଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି। ଟିଜର ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଯାଇଛି। ଟିଜର ରିଲିଜ୍ ସହ ରାଜାମୌଲି ବାରାଣସୀର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ୨୦୨୭ ମସିହାରେ ସିନେମାଟି ହଲରେ ରିଲିଜ୍ ହେବ ବୋଲି ସେ କହିଛନ୍ତି।

‘ବାରାଣସୀ’ର ଟିଜରର କ୍ରେଜ୍‌

ସୂଚନା ମିଳିଛି ଯେ, ଯେତେବେଳେ ଏହି ଚଳଚିତ୍ରର ଟିଜର ରିଲିଜ୍ ହେଲା‌ ସେତେବେଳେ କାର୍ଯ୍ୟକ୍ରମରେ ପ୍ରାୟ ୫୦,୦୦୦ ପ୍ରଶଂସକ ଭିଡ଼ ଜମାଇଥିଲେ। ଇଭେଣ୍ଟ ଆରମ୍ଭ ହେବାକୁ କିଛି ସମୟ ଲାଗିଥିଲେ ବି ପ୍ରଶଂସକମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୁତି ହାସନ ଲାଇଭ୍ ସଙ୍ଗୀତ ପରିବେଶଣ କରିଥିଲେ। ଫିଲ୍ମରେ ସେ ‘ସଞ୍ଚାରୀ’ ନାମକ ଗୀତ ଗାଇଥିବା ବେଳେ ଏହାକୁ ସେ ମଞ୍ଚ ଉପରେ ଲାଇଭ୍ ଗାଇଥିଲେ।

ମହେଶଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା

ଫିଲ୍ମର ପ୍ରଥମ ଟିଜରରେ ମହେଶଙ୍କୁ ଦେଖିବାକୁ ମିଳିଛି, ଯେଉଁଥିରେ ସେ ଏକ ବିଶାଳ ଷଣ୍ଢ ଉପରେ ବସିଛନ୍ତି। ମହେଶଙ୍କ ମୁହଁରେ ଅନେକ ଆଘାତ ଲାଗିଥିବା ବେଳେ ସେ ତ୍ରିଶୁଳ ଧରି ଷଣ୍ଢ ଉପରେ ବସିଥିବା ଭିଡିଓରେ ଦେଖାଯାଇଛି। ଫିଲ୍ମରେ ମହେଶ ବାବୁଙ୍କ ଚରିତ୍ରର ନାମ ରୁଦ୍ର ରଖାଯାଇଛି।ଏହି ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଚରିତ୍ର ନାମ ମନ୍ଦାକିନୀ ରଖାଯାଇଥିବା ବେଳେ ତାଙ୍କର ଲୁକ୍ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିଛି। ସେ ଏକ ହଳଦିଆ ଶାଢ଼ି ପିନ୍ଧି ହାତରେ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି।

 

ଫିଲ୍ମର ବଜେଟ୍ ୧୦୦୦କୋଟି

ଏହି ଚଳଚ୍ଚିତ୍ରଟି ୧,୦୦୦ କୋଟି ବଜେଟରେ ନିର୍ମିତ। ଏହି ବଜେଟ୍ ପାଇଁ ଫିଲ୍ମଟି ଏପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ରାଜାମୌଲି ଏବଂ ମହେଶ ବାବୁ ଉଭୟ ଚଳଚ୍ଚିତ୍ର ପାଇଁ ପାରିଶ୍ରମିକ ନେଇଥିବା ବେଳେ ରିଲିଜ୍ ପରେ ହେବାକୁ ଥିବା ଲାଭରୁ ୪୦% ନେବେ।

 

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button