Breaking News

ହକି ବିଶ୍ୱକପ୍: ରହିବନି ବାଧ୍ୟତାମୂଳକ ଗାଇଡ୍‌ ଲାଇନ

0

ଭୁବନେଶ୍ୱର: ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ଅନୁଷ୍ଠିତ ହେବ ହକି ବିଶ୍ୱକପ୍ ମ୍ୟାଚ୍‌। ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ ଲାଇନ ରହିବ ନାହିଁ। ହକି ବିଶ୍ୱକପ୍ ରୂପରେଖ ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ହକି ମହାକୁମ୍ଭ ପାଇଁ ରାଜ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ସମସ୍ତ ଚାଲେଞ୍ଜକୁ ସଫଳତାର ସହ ସାମ୍ନା କରି ଓଡ଼ିଶା ଇତିହାସ ରଚିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଆସନ୍ତା ୧୩ରୁ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ରାଉରକେଲା ଷ୍ଟାଡିୟମ୍‌ରେ ୧୬ଟି ଅଂଶଗ୍ରହଣ କାରୀ ଦଳ ରହିବେ। ତେବେ ହୋଟେଲ ତାଜ୍ ଗ୍ରୁପ୍ ସେଠାରେ ଦାୟିତ୍ୱ ପରିଚାଳନାରେ ନିୟୋଜିତ ହେବ। ଖେଳାଳି, କୋଚ୍‌, ଅଫିସିଆଲଙ୍କ ଚାକଚକ୍ୟ ରହଣୀ ସାଙ୍ଗକୁ ଖାଦ୍ୟ ପରଷିବ ତାଜ୍ ହୋଟେଲ।

ସେପଟେ ପୁଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ଆଗାମୀ ଦିନରେ ହେବାକୁ ଥିବା ହକି ବିଶ୍ୱକପ୍ ପୁଲିସ ପାଇଁ ଚାଲେଞ୍ଜ ରହିବ। ଏହା ଏକ ଅନ୍ତର୍ଜାତିୟ ମ୍ୟାଚ୍‌ ହୋଇଥିବାରୁ ରାଜ୍ୟ ନିମନ୍ତେ ପ୍ରତିଷ୍ଠାର ବିଷୟ। ଦେଶୀବିଦେଶୀ ହକି ପ୍ରେମୀମାନେ ଖେଳ ଦେଖିବାକୁ ଆସିବେ। ତେଣୁ ବିଶ୍ୱକପ୍ ସୁପରିଚାଳନା ଯଥା ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପୁଲିସ ପାଇଁ ଚାଲେଜିଂ ରହିବ। ସେହିପରି ଚଳିବର୍ଷ ସାଇବର କ୍ରାଇମ୍, ନକ୍ସଲ ଦମନ, ନିଶା ଚୋରାଚାଲାଣ ରୋକିବା, ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ପ୍ରାଥମିକତା ରହିବ ବୋଲି କହିଛନ୍ତି ସୁନୀଲ ବଂଶଲ।

ସୂଚନା ଥାଉକି, କରୋନା ମହାମାରୀ ଏବେ ଚାଇନା ସମେତ ୫ ଦେଶରେ କାୟା ବିସ୍ତା କରିଥିବା ବେଳେ ହକି ବିଶ୍ୱକପ୍‌ କଟକଣା ଭିତରେ ହେବ ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ଭାରତ ଖେଳିବାକୁ ଥିବା ସମସ୍ତ ହକି ମ୍ୟାଚ୍‌ର ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଟିକେଟ୍ ବିକ୍ରି ହୋଇଯାଇଛି। ତେଣୁ ହକି ବିଶ୍ୱକପ୍ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ରହିଥିବା ଜଣାପଡ଼ିଛି।
Leave A Reply

Your email address will not be published.