Breaking News

ଶିଶୁକୁ ଶ୍ରମିକ ଭାବେ ଖଟାଇବା ଦଣ୍ଡନୀୟ ଅପରାଧ

ବିଶ୍ୱ ଶିଶୁଶ୍ରମ ନିରୋଧ ଅବସରରେ ସଚେତନତା

ଭୁବନେଶ୍ୱର: ଶିଶୁକୁ ଶ୍ରମିକ ଭାବେ ଖଟାଇବା ଦଣ୍ଡନୀୟ ଅପରାଧ। ଶିଶୁମାନଙ୍କୁ ସୁସ୍ଥ ବାତାବରଣ ଯୋଗାଇ ଦେବା ଓ ଶିକ୍ଷାକୁ ସୁନିଶ୍ଚିତ କରାଇବା ଜରୁରୀ ବୋଲି ସିସିଡବ୍ଲୁଡି ଓ ଆକ୍ସନ୍ଏଡ୍‌ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ନିଳଚକ୍ର ନଗର ୱାର୍ଡ ନମ୍ବର-୧୬ ଠାରେ ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ଅବକାଶରେ ମତପ୍ରକାଶ ପାଇଛି। ଅତିଥି ଭାବରେ ସିସିଡବ୍ଲୁଡିର ସଂପାଦକ ସଦାଶିବ ସ୍ୱାଇଁ ଯୋଗଦାନ କରି ଶିଶୁଶ୍ରମିକ ଆଇନ ଓ ଶିକ୍ଷା ଅଧିକାର ଆଇନ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବସ୍ତିର ମାବନ ଶୃଙ୍ଖଳ ଓ ଶପଥପାଠ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମକୁ ରେଣୁବାଳା ସାହୁ, ସବିତା ରାଉତ, ଶିବ ସାହୁ, ସରସ୍ୱତୀ ପରିଡା, ସୁଚରିତା ବେହେରା ଓ ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Comments are closed.