ବିଶେଷ

World record: ବିଶ୍ବ ରେକର୍ଡ: ଘଣ୍ଟାକରେ ଅଢ଼େଇ ଲକ୍ଷ ଚାରା ରୋପଣ

ଉତ୍ତରପ୍ରଦେଶର ବାରାଣସୀରେ ମାତ୍ର ଏକ ଘଣ୍ଟା ଭିତରେ ୨ ଲକ୍ଷ ୫୧ ହଜାର ୪୪୬ଟି ଚାରା ରୋପଣ କରାଯାଇଛି। ଏହା ଚୀନର ଆଠ ବର୍ଷ ତଳର ବିଶ୍ବ ରେକର୍ଡକୁ ଭାଙ୍ଗି ଦେଇଛି। ୨୦୧୮ରେ ଚୀନର ହେନାନ୍‌ରେ ଘଣ୍ଟାକରେ ୧ ଲକ୍ଷ ୫୩ ହଜାର ୯୮୧ଟି ଚାରା ରୋପଣ କରାଯାଇଥିଲା।

ଉତ୍ତରପ୍ରଦେଶର ବାରାଣସୀରେ ମାତ୍ର ଏକ ଘଣ୍ଟା ଭିତରେ ୨ ଲକ୍ଷ ୫୧ ହଜାର ୪୪୬ଟି ଚାରା ରୋପଣ କରାଯାଇଛି। ଏହା ଚୀନର ଆଠ ବର୍ଷ ତଳର ବିଶ୍ବ ରେକର୍ଡକୁ ଭାଙ୍ଗି ଦେଇଛି। ୨୦୧୮ରେ ଚୀନର ହେନାନ୍‌ରେ ଘଣ୍ଟାକରେ ୧ ଲକ୍ଷ ୫୩ ହଜାର ୯୮୧ଟି ଚାରା ରୋପଣ କରାଯାଇଥିଲା। ଗିନିଜ୍‌ ଵାର୍ଲଡ୍‌ ରେକର୍ଡର କର୍ମଚାରୀମାନଙ୍କ ଉପସ୍ଥିତିରେ ଗତ ୨ ତାରିଖରେ ଏହି ରେକର୍ଡ ସ୍ଥାପନ ହୋଇଛି। ସୁବିଧା ପାଇଁ ବନୀକରଣ ଅଞ୍ଚଳକୁ ୬୦ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।

plant

ଡ୍ରୋନ୍‌ କ୍ୟାମେରା ଓ ଆଧୁନିକ ଗଣନା ପଦ୍ଧତି ଜରିଆରେ ଚାରାଗୁଡ଼ିକୁ ଗଣାଯାଇଥିଲା। ଗଣନା ପରେ ବାରାଣସୀ ମେୟର ଓ ମହାନଗର କମିସନରଙ୍କୁ ଗିନିଜ୍‌ ଵାର୍ଲଡ୍‌ ରେକର୍ଡର ଜଜ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button