Breaking News

ବରିଷ୍ଠ ନାଗରିକ ଦେଶର ସମ୍ପତ୍ତି, ସେମାନଙ୍କ ଅଭିଜ୍ଞତା ଓ ଉପଦେଶକୁ ଗ୍ରହଣ କରି କାମରେ ଲଗାଇଲେ ଆମ ପରିବାର ହସଖୁସିରେ ଭରିଯିବ

0

ଫୁଲବାଣୀ: ବିଶ୍ୱ ବରିଷ୍ଠ ନାଗରିକ ଦିବସ ହାଟପଦାସ୍ଥିତ ମା’ ନାରାୟଣୀଙ୍କ ସମ୍ମିଳନୀ କକ୍ଷରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗ ମଞ୍ଚ ପକ୍ଷରୁ ସଭାପତି ଅରୁପ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ସମଗ୍ର ବିଶ୍ୱରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି ଏହି ଦିନଟିକୁ ପାଳନ କରାଯାଉଛି। ପିତାମାତା କେତେ କଷ୍ଟ ସହି ଭବିଷ୍ୟତ ପିଢିକୁ ବଢାଇ ମଣିଷ କରିଥାନ୍ତି ତାହା ଏହି ଦିବସ ପାଳନ ବେଳେ ମନେପଡେ। ପିତା ମାତା, ଜେଜେ ବାପା ଜେଜେମା ପରିବାରର ସମ୍ପତ୍ତି। ସେମାନଙ୍କ ରୁଣ ସାତ ଜନ୍ମରେ ଶୁଝବା କଷ୍ଟକର। କିନ୍ତୁ ଦେଖାଯାଏ କିଛି ପୁଅଝିଅ ସେମାନଙ୍କ ବାପାମା’ଙ୍କୁ ହତାଦର କରି ଅସମ୍ମାନ ପ୍ରଦର୍ଶନ କରନ୍ତି। ସେହିପରି ଆଉ କେତେକ ବରିଷ୍ଠ ନାଗରିକଙ୍କୁ ପରିବାରର ବୋଝ ବୋଲି ଭାବି ନାନା ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଦେଖାଯାଏ। ସେମାନଙ୍କ ଅଭିଜ୍ଞତା ଓ ଉପଦେଶକୁ ଗ୍ରହଣ କରି କାମରେ ଲଗାଇଲେ ଆମ ପରିବାର ହସଖୁସିରେ ଭରିଯିବ। ପ୍ରଜାପିତା ବ୍ରହ୍ମା କୁମାରୀର ବିକେ ସବିତା, ବିଜୟ କିଶୋର ଜେନା, ଆଇନଜୀବୀ ବିଜୟକୃଷ୍ଣ ପଟନାୟକ, ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା ପ୍ରମୁଖ ପରିଣତ ବୟସରେ କିଭଳି ଖୁସି ରହିବା, ସ୍ୱାସ୍ଥ୍ୟ ଭଲ ରହିବ, ସୁରକ୍ଷା ପାଇଁ ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ ଅନନ୍ତ ମିଶ୍ର, ଅମୀୟ ଦାସ ନବ କିଶୋର ରଥ ପ୍ରମୁଖ ପାରିବାରିକ ସୁଖ ଶାନ୍ତି ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ନାଗରିକ ପ୍ରଣବ ମଣ୍ଡଳ ଅତିଥି ସ୍ୱାଗତ କରିଥିବା ବେଳେ ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.