Breaking News

ହାରିଲା ଭାରତ, ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜେତା

0

ଲଣ୍ଡନ: ଭାଙ୍ଗିଲା ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ଆଶା। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ଜିତିବାର ଆଶା ଆଶାରେ ରହିଯାଇଛି । ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ହାରିଛି ଭାରତ। ଭାରତକୁ ୨୦୯ରନର ହରାଇଛି ପାଟ କମିନ୍ସଙ୍କ ନେତୃତ୍ୱାଧୀନ କଙ୍ଗାରୁ ଦଳ। ଏହା ପୂର୍ବରୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲର ପ୍ରଥମ ସଂସ୍କରରେ ନ୍ୟୁଜିଲାଣ୍ଡଠୁ ୮ ୱିକେଟରେ ପରାଜିତ ହୋଇଥିଲା ଭାରତ। ୧୦ ବର୍ଷ ପରେ ଆଇସିସି ଟ୍ରଫି ଜିତିବାର ସ୍ୱପ୍ନ ଆଜିର ପରାଜୟ ସହ ଭାଙ୍ଗିଯାଇଛି। ୪୪୪ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଶେଷ ଦିନର ପ୍ରଥମ ସେଶନରେ ୨୩୪ ରନରେ ଅଲଆଉଟ୍ ହୋଇଯାଇଛି। ଦ୍ୱିତୀୟ ଇନିଂସରେ ଭାରତର କୌଣସି ବି ବ୍ୟାଟର ଅର୍ଦ୍ଧଶତକ କରିପାରିନଥିଲେ। ବିରାଟ କୋହଲି ସର୍ବାଧିକ ୪୯ ରନ୍ କରିଥିଲେ। ଅନେକ ଅନୁଭବୀ ବ୍ୟାଟ୍ସମ୍ୟାନ ଖରାପ ସଟ୍ ଖେଳି ଆଉଟ୍ ହେବା କାରଣରୁ ଭାରତ ଟାଇଟଲ୍ ହାତଛଡ଼ା କରିଛି।

ଲଣ୍ଡନର ଦ ଓଭାଲ ମୈଦାନରେ ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଇନିଂସ ୨୭୦/୮ ସ୍କୋରରେ ଘୋଷଣା କରିଥିଲା ଏବଂ ଭାରତକୁ ବିଜୟ ପାଇଁ ୪୪୪ ରନର ଟାର୍ଗେଟ ଦେଇଥିଲା। ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଯାଇଥିଲା ସେହିପରି ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୪୬୯ ରନରେ ଅଲାଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ଆଜିର ବିଜୟ ସହ ସବୁ ଆଇସିସି ଟ୍ରଫି ଜିତିବାରେ ପ୍ରଥମ ଦେଶ ଭାବେ ରେକର୍ଡ ଅର୍ଜନ କରିଛି। ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ୫ଥର ଟ୍ରଫି ଜିତିଛି। ସେହିପରି ଟି-୨୦ ବିଶ୍ୱକପ ଟ୍ରଫି ଥରେ ବିଜେତା ଏବଂ ଚମ୍ପିଆନ୍ସ ଟ୍ରଫି ଦୁଇଥର ଜିତିଛି କଙ୍ଗାରୁ ଦଳ। ଏଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଜିତିବା ସହ ଆଇସିସିର ସମସ୍ତ ଟ୍ରଫି ଜିତିବାରେ ସଫଳତା ଅର୍ଜନ କରିଛି।

Leave A Reply

Your email address will not be published.