Breaking News

ସମାଜରେ ଏକ ବ୍ୟାଧିର ରୂପ ନେଇଛି ତମାଖୁ ସେବନ

ବିଶ୍ଵ  ତମାଖୁ ଦିବସ ପାଳନ

0

ଭୁବନେଶ୍ଵର : ତମାଖୁ ସେବନ ଆଜିର ସମାଜରେ ଏକ ବ୍ୟାଧିର ରୂପ ନେଇଛି । ଏହାର ସେବନ ଯୋଗୁଁ ପ୍ରତିବର୍ଷ ଭାରତ ବର୍ଷରେ ୧.୩୫ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି ଏବଂ ଏଥିରୁ ନିର୍ଗତ ଧୂଆଁ ର ସେବନ ଯୋଗୁଁ ୧.୨ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି । ଭାରତରେ କ୍ୟାନସର ଜନିତ ମୃତ୍ୟୁର ୨୭% କେବଳ ତମାଖୁ ସେବନ ଯୋଗୁଁ ହୋଇଥାଏ । ବିଶ୍ଵ  ତମାଖୁ ଦିବସ ପାଳନର ଉଦ୍ଦେଶ୍ୟ ହେଲା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ତମାଖୁ ଜନିତ ମୃତ୍ୟୁ ହାରକୁ କମାଇବା । ଏହି ଉଦ୍ଦେଶ୍ୟରେ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍), ରୟାଲ କଲେଜ ଅଫ ସାଇନ୍ସ ଓ ଟେକନୋଲଜି, ଭୁବନେଶ୍ଵର ଓ  କୋଆଲିସନ ଫର ଟବାକୋ ଫ୍ରି ଓଡିଶା ସହଯୋଗରେ ବିଶ୍ଵ ତମାଖୁ ଦିବସ ପାଳିତ  ହୋଇଥିଲା । ଏଥିରେ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଗୋଷ୍ଟି ଭାଗ ନେଇଥିଲେ ।
ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୋଟପା ଆଇନ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଯୁବଗୋଷ୍ଟି ଙ୍କୁ ତମାଖୁ ମୁକ୍ତ ସମାଜ ଗଠନ ପାଇଁ ଉତ୍ସାହିତ କରିଥିଲେ । ଯୁବଗୋଷ୍ଟି ସଚେତନ ହେଲେ ତମାଖୁ ସେବନକୁ ରୋକାଯାଇ ପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

ରୟାଲ କଲେଜର ଅଧକ୍ଷ ବିଷ୍ଣୁ ମୋହନ  ମହାନ୍ତି ମଧ୍ୟ ଯୁବଗୋଷ୍ଟି ଙ୍କୁ ତମାଖୁ ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେବାସହିତ ସେମାନଙ୍କୁ ସେମାନଙ୍କ ପରିବାର ଓ ସମାଜ କୁ ତମାଖୁ ମୁକ୍ତ କରିବା ନିମନ୍ତେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ତମାଖୁ ମୁକ୍ତ ସମାଜ ଗଠନରେ ଛାତ୍ର ଓ ଯୁବଗୋଷ୍ଟିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ପିକକ୍ ର ସଂଯୋଜକ ସତ୍ୟଶିବ ରଥ ତମାଖୁ ସେବନ ଓ ଏଥିଜନିତ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ଉପରେ ଯୁବଗୋଷ୍ଟିଙ୍କୁ ଅବଗତ କରାଇଥିଲେ । ଏହି ସଭାରେ ଯୁବଗୋଷ୍ଟି ତମାଖୁ ମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଥିଲେ ।  ପିକକ୍ ର ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ, ହରିହର ବଳବନ୍ତରାୟ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବିଶ୍ଵ ତମାଖୁ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭୁବନେଶ୍ଵର, କମିଶନରେଟ ପୋଲିସ କଟକ-ଭୁବନେଶ୍ଵର ଓ  ପିକକ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟ୍ରାଫିକ୍ ଛାତ୍ର ଓ ଯୁବସ୍ୱେଚ୍ଛାସେବୀ ମାନେ ବିଶ୍ଵ ତମାଖୁ ଦିବସର ବିଭିନ୍ନ ବାର୍ତ୍ତା ଥିବା  ଟି-ସାର୍ଟ ପରିଧାନ କରି ଟ୍ରାଫିକ୍ ପରିଚାଳନା କରିଥିଲେ ।  ଏଥିସହିତ  ପିକକ୍ ର ବିଭିନ୍ନ କାର୍ଯ୍ୟକ୍ଷେତ୍ର ଯଥା ବାଲିଅନ୍ତା, ଖୋର୍ଦ୍ଧା ଏନଏସି, ବିଏମସି, କେନ୍ଦୁଝର ର ପାଟଣା ବ୍ଲକ, ବାଲେଶ୍ଵର ର ଭୋଗରାଇ ବ୍ଲକ ଆଦି ସ୍ଥାନରେ ଯୁବଗୋଷ୍ଟି, ମହିଳା ଓ ପିଲାମାନଙ୍କ ଦ୍ଵାରା ସଚେତନତା ରାଲି, ବାର୍ତ୍ତା, ସଭା ଇତ୍ୟାଦି ର ଆୟୋଜନ କରାଯାଇ ଲୋକମାନଙ୍କୁ ତମାଖୁ ସେବନର ଭୟାଭୟତା ଉପରେ ସଚେତନତା କରଯାଇଥିଲା ।

 

 

Leave A Reply

Your email address will not be published.