ଖେଳ

WorldCup Football: ମେକ୍ସିକୋରେ ବିଶ୍ବକପ୍‌ ଫୁଟବଲ୍‌ ଆୟୋଜନକୁ ନେଇ ଆଶଙ୍କା, କୁଖ୍ୟାତ ଡ୍ରଗ୍‌ ମାଫିଆର ହତ୍ୟା ପରେ ବ୍ୟାପକ ହିଂସା

ଗ୍ବାଡାଲାଜାରା: ମେକ୍ସିକୋର କୁଖ୍ୟାତ ଡ୍ରଗ୍‌ ମାଫିଆ ତଥା ଜେଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ୍‌ (ସିଜେଏନଜି) ମୁଖ୍ୟ ଏଲ୍‌ ମେଞ୍ଚୋର ହତ୍ୟା ପରେ ସମଗ୍ର ଦେଶରେ ବ୍ୟାପକ ହିଂସା ଦେଖାଦେଇଛି। ଏହି ସଂଗଠନର ଅଜ୍ଞାତ ବନ୍ଧୁକଧାରୀମାନେ ରାଜରାସ୍ତା ଓ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ନିଆଁ ଲଗାଇବା ସହ ଆତଙ୍କରାଜ ଆରମ୍ଭ କରିଦେଇଛନ୍ତି। ଏହି ହିଂସା ପରେ ଦେଶରେ ଆୟୋଜିତ ସମସ୍ତ ଫୁଟବଲ୍‌ ମ୍ୟାଚ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏସବୁ ମଧ୍ୟରେ ରହିଛି କେତେକ ପ୍ରଥମ ଶ୍ରେଣୀ ଓ କ୍ଲବ ସ୍ତରୀୟ ମ୍ୟାଚ୍‌ । ଏହା ସହିତ ଆସନ୍ତା ବୁଧବାର ମେକ୍ସିକୋ ଓ ଆଇସ୍‌ଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବି ବାତିଲ ହେବାର ଆଶଙ୍କା ଦେଖାଦେଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆସନ୍ତା ଜୁନ ମାସରେ ମେକ୍ସିକୋରେ କେତୋଟି ବିଶ୍ବକପ୍‌ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ ହେବାକୁ ଥିବାବେଳେ ଏହି ହିଂସା ତାହାର ଆୟୋଜନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଜେଲିସ୍କୋ ରାଜ୍ୟର ରାଜଧାନୀ ଗ୍ବାଡାଲାଜାରାରେ ସର୍ବାଧିକ ହିଂସା ଦେଖାଦେଇଛି। ଏହି ସହରରେ ହିଁ ୪ଟି ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବ। ଏସବୁ ମ୍ୟାଚ୍‌ ଦକ୍ଷିଣ କୋରିଆ, ମେକ୍ସିକୋ, ସ୍ପେନ୍‌, ଉରୁଗୁଏ ଓ କଲମ୍ବିଆ ମଧ୍ୟରେ ଖେଳାଯିବ। କିନ୍ତୁ ଏହି ହିଂସା ଫିଫାର ଚିନ୍ତା ବଢାଇଦେଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button