ଖେଳ
WorldCup is possible without Pakistan: ପାକିସ୍ତାନ ବିନା ବିଶ୍ବକପ୍ ହୋଇପାରେ, ଭାରତ ବିନା ନୁହେଁ : ହରଭଜନ
ପାକିସ୍ତାନକୁ କଡ଼ା ସମାଲୋଚନା କରି ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ କହିଛନ୍ତି ଯେ ସେମାନେ ୟୁ-ଟର୍ଣ୍ଣ କରିବେ ବୋଲି ପୂର୍ବରୁ ହିଁ ଜଣାଥିଲା। ବିଳମ୍ବରେ ହେଉ ପଛେ ପାକିସ୍ତାନ ବୁଝିଲା ଯେ ବିଶ୍ବକପ୍ ସେମାନଙ୍କ ବିନା ହୋଇପାରିବ, କିନ୍ତୁ ଭାରତ ବିନା ନୁହେଁ।

ଚଣ୍ଡିଗଡ଼: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରୁ ୟୁଟର୍ଣ୍ଣ ନେବା ପରେ ପାକିସ୍ତାନ ଏବେ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ସବୁ ମହଲରେ ପାକିସ୍ତାନର ଦୋମୁହାଁ ନୀତିର ଚର୍ଚ୍ଚା ଚାଲିଛି। ପାକିସ୍ତାନକୁ କଡ଼ା ସମାଲୋଚନା କରି ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ କହିଛନ୍ତି ଯେ ସେମାନେ ୟୁ-ଟର୍ଣ୍ଣ କରିବେ ବୋଲି ପୂର୍ବରୁ ହିଁ ଜଣାଥିଲା। ଏହି ପ୍ରତିଯୋଗିତାର ବାସ୍ତବିକତା ସଂପର୍କରେ ହୃଦ୍ବୋଧ ହେବା ପରେ ପାକିସ୍ତାନ ନିଜ ମତ ବଦଳାଇବାକୁ ବାଧ୍ୟ ହେଲା।




