ଦେଶ ବିଦେଶ

Ujjwala: ଉଜ୍ଜ୍ବଳା ହିତାଧିକାରୀ ଝଟକା: ବର୍ଷକୁ ମିଳିବ ୪ଟି ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କୁ ଏକ ଶକ୍ତ ଝଟକା ଲାଗିଛି। ଆଗକୁ ସେମାନେ ବର୍ଷକୁ ମାତ୍ର ୪ଟି ଏଲ୍‌ପିଜି ସିଲିଣ୍ଡର ରିହାତି ଦରରେ ପାଇବେ। ପୂର୍ବରୁ ସେମାନଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ସେହି ସଂଖ୍ୟା ୯କୁ ହ୍ରାସ କରାଯାଇଥିଲା। ଏବେ ତାହାକୁ ୪ଟି ସିଲିଣ୍ଡରକୁ ହ୍ରାସ ପାଇଛି। ଯୋଜନାର ହିତାଧିକାରୀଙ୍କ ହାରାହାରି ଗ୍ୟାସ୍‌ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ପେଟ୍ରୋଲିୟମ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ ଖନୋଜା କହିଛନ୍ତି।

୨୦୧୬ରେ ଆରମ୍ଭ କରାଯାଇଥିବା ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ରିହାତି ଦେବାକୁ ୨୦୨୨ ମେରେ ସରକାର ନିଷ୍ପତ୍ତି ନେଇଥିଲେ। ୨୦୨୩ ଅକ୍ଟୋବରରେ ରିହାତି ପରିମାଣକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ସେହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଗତ ତିନି ମାସରେ ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୮୯ ଟଙ୍କା ବୃଦ୍ଧି ହେବାରୁ ତାହାର ମୂଲ୍ୟ ୯୪୨ ଟଙ୍କା ହୋଇଛି। ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନେ ୩୦୦ ଟଙ୍କାର ରିହାତି ପାଉଥିବାରୁ ସେମାନଙ୍କ ପାଇଁ ସିଲିଣ୍ଡରର ପ୍ରଭାବୀ ଦର ୬୪୨ ଟଙ୍କା ରହିଛି।

 

 

 

ସୌଜନ୍ୟ Prameya News7

Show More
Back to top button