Breaking News

ଘନ କୁହୁଡ଼ି ପାଇଁ ୨୦ଟି ଜିଲାକୁ ୱେଲୋ ୱାର୍ଣ୍ଣିଂ, ଦୁର୍ଘଟଣା ଏଡାଇବାକୁ ପଦକ୍ଷେପ ନେବେ ଜିଲାପାଳ ଓ ଏସପି

ଭୁବନେଶ୍ବର: କୁହୁଡ଼ି ବଳୟରେ ଓଡ଼ିଶା। ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଠିକ ଭାବେ ଦେଖାଯାଉ ନାହିଁ। ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଘନ କୁହୁଡ଼ି ଦେଖାଦେଇଛି। ରାଜ୍ୟରେ ବଙ୍ଗୋପ ସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି। ଏଥିପାଇଁ ତାପମାତ୍ରା ସେଭଳି କମି ନ ଥିଲେ ମଧ୍ୟ ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବ। ଦୃଶ୍ୟମାନର ଦୂରତା ୨୦୦ ମିଟର ତଳକୁ ଖସି ଆସିବ। ତାହାକୁ ନଜରରେ ରଖି ୨୦ରୁ ଅଧିକ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ତେଣୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଦୁର୍ଘଟଣା ଏଡ଼ାଇବା ଦିଗରେ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦିଆଯାଇଛି। କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଜିଲାରେ ଘନ କୁହୁଡ଼ି ପରିଲକ୍ଷିତ ହେବ। ରାତିର ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ୨୩ ତାରିଖ ବେଳକୁ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଗୁରୁଚାପ ପ୍ରଭାବରେ ଆସନ୍ତା ୬ ଦିନ ମଧ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି।

Comments are closed.