You Can Be Your Own Doctor: ସତ୍ୟବ୍ରତ ମୀନକେତନଙ୍କ ‘ୟୁ କ୍ୟାନ୍‌ ବି ୟୋର୍‌ ଓନ୍‌ ଡକ୍ଟର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ‘ସମ୍ବାଦ’ ଓ ’କନକ ନ୍ୟୁଜ୍‌’ ଆନୁକୂଲ୍ୟରେ ଅନୁଷ୍ଠିତ ‘ହେଲ୍‌ଥ କନ୍‌କ୍ଲେଭ-୨୦୨୫’ ସମାରୋହରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକଙ୍କ ଉପିସ୍ଥିତିରେ ପୂର୍ବ ଭାରତର ସର୍ବବୃହତ୍‌ ସ୍ବାସ୍ଥ୍ୟକେନ୍ଦ୍ର ‘ହେଲ୍‌ଥଭିଲେ’ର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ଦ୍ବାରା ଲିଖିତ ‘ୟୁ କ୍ୟାନ୍‌ ବି ୟୋର୍‌ ଓନ୍‌ ଡକ୍ଟର’ (ତୁମେ ତୁମର ନିଜ ଡାକ୍ତର ହୋଇପାରିବ) ପୁସ୍ତକ ଉନ୍ମୋଚନ ହେବା ସହ ‘ବେଷ୍ଟ୍‌ ୱେଲନେସ୍‌ ସେଣ୍ଟର ଫର୍‌ ପ୍ରିଭେନସନ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍ ହେଲ୍‌ଥକେୟାର’ ସମ୍ମାନରେ ସମ୍ମାନିତ କରାଯାଇଛି।

ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ଲେଖକ ଡ. ମୀନକେତନ କହିଥିଲେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଶରୀରକୁ ଭଲଭାବେ ବୁଝିବା ଏବଂ ରୋଗ ସୃଷ୍ଟିହେବା ପୂର୍ବରୁ ଏହାକୁ ପ୍ରତିରୋଧ କରିବା ଓ ପ୍ରାକୃତିକ ବିଜ୍ଞାନ ସଂପର୍କିତ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଅନେକ ଉପଦେଶ ଦିଆଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଲେଖକଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ସୌଜନ୍ୟ ସମ୍ବାଦ