zelensky_ Ukraine-Russia War ପଶ୍ଚିମ ଏସିଆ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଶାନ୍ତି ପ୍ରସ୍ତାବ, ଅସ୍ତ୍ରବିରତି ପାଇଁ ଆମେରିକାକୁ ଗୁହାରି କଲେ ଜେଲେନସ୍କି

କିଭ୍: ପଶ୍ଚିମ ଏସିଆରେ ଆମେରିକା-ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ୟୁକ୍ରେନ ଏବେ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଆମେରିକାର ସାମରିକ ଦୃଷ୍ଟିଭଙ୍ଗୀ ଇରାନ ଆଡ଼କୁ ଢଳିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୁଣି ଥରେ ଶାନ୍ତି ପ୍ରକ୍ରିୟା ପାଇଁ ତ୍ରିପାକ୍ଷିକ ଆଲୋଚନାକୁ ତ୍ୱରାନ୍ୱିତ କରିବାକୁ ୱାଶିଂଟନର ପ୍ରତିନିଧି ଦଳକୁ କିଭ୍ ନିମନ୍ତ୍ରଣ କରିଛନ୍ତି। ଆଗାମୀ ”ଇଷ୍ଟର” ପର୍ବ ପାଇଁ ଏକ ଅସ୍ତ୍ରବିରତି ପ୍ରସ୍ତାବ ଆଣି ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ ରଖିବାକୁ ଜେଲେନସ୍କି ଅନୁରୋଧ କରିଛନ୍ତି, କିନ୍ତୁ ଏହି ପ୍ରସ୍ତାବ ମଧ୍ୟରେ ଶୁକ୍ରବାର ରୁଷିଆ ପକ୍ଷରୁ ପ୍ରାୟ ୫୦୦ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରାଯାଇ ସମଗ୍ର ୟୁକ୍ରେନର ବିଦ୍ୟୁତ ସେବାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦିଆଯାଇଛି।

ସୌଜନ୍ୟ ସମ୍ବାଦ