ଜାତୀୟ

Zomato Platform Fee: ଜୋମାଟୋ ପ୍ଲାଟଫର୍ମ ଫି ୧୪.୯୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପକ୍ଷରୁ ପ୍ଲାଟଫର୍ମ ଫି ମୂଲ୍ୟରେ ୨ଟଙ୍କା ୪୦ ପଇସା ବୃଦ୍ଧି କରାଯାଇଛି। ଫଳରେ ଜୋମାଟୋରେ ଭୋଜନ ବରାଦ କରିବା ପାଇଁ ଆଗକୁ ୧୪ ଟଙ୍କା ୯୦ ପଇସାର ଫି ଦେବାକୁ ପଡ଼ିବ। ପୂର୍ବରୁ ତାହା ପ୍ରତି ବରାଦ ପିଛା ୧୨ ଟଙ୍କା ୫୦ ପଇସା ଥିଲା।

ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ କମ୍ପାନି ଏହାର ପ୍ଲାଟଫର୍ମ ଫି ବଢ଼ାଇଥିଲା। ଜୋମାଟୋର ପ୍ରତିଦ୍ବନ୍ଦ୍ବୀ କମ୍ପାନି ସ୍ବିଗି ଏବେ ବରାଦ ପିଛା ୧୪ ଟଙ୍କା ୯୯ ପଇସାର ଫି ଅସୁଲ କରୁଛି। ସାଧାରଣତଃ ଉଭୟ କମ୍ପାନିର ଫି ପାଖାପାଖି ସମାନ ରହିଥାଏ। କିନ୍ତୁ ଗତ କିଛି ବର୍ଷ ହେଲାଣି ସେଥିରେ ତାରତମ୍ୟ ରହୁଛି।

ଜୋମାଟୋ ଏଭଳି ଏକ ସମୟରେ ଏହାର ଫି ବଢ଼ାଇଛି, ଯେତେବେଳେ ନୂଆ ନୂଆ କମ୍ପାନି ଏହି କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ନିକଟରେ ରାପିଡୋ ଏହାର ଭୋଜନ ଡେଲିଭରି ବ୍ୟବସାୟ ‘ଓନଲି’ ଆରମ୍ଭ କରିଛି। କମ୍ପାନି କିନ୍ତୁ ଡେଲିଭରି ଫି ବ୍ୟତୀତ ଅନ୍ୟ କୌଣସି ପ୍ରକାର ଫି ଆଦାୟ କରୁନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button