ଜାତୀୟ

ଅଜବ ରାଜ୍ୟର ଗଜବ ଲୋକେ, ଘର କାନ୍ଥରେ ପୁରେଇ ଦେଲେ 11 KV ବିଦ୍ୟୁତ ତାର, ସୋସିଆଲ ମିଡିଆରେ Video ଭାଇରାଲ

ବିହାରରେ ଏକ ନିର୍ମାଣାଧୀନ ଘର କାନ୍ଥରେ ୧୧ କେଭିର ହାଇ ଭୋଲ୍ଟେଜ ବିଦ୍ୟୁତ ଲାଇନକୁ ଆରପାର କରାଯାଇଥିବା ଦେଖାଯାଇଛି। କ୍ଲିପରେ ବିଦ୍ୟୁତ ତାର ନିର୍ମାଣଧୀନ ଘର ଦେଇ ଯାଉଥିବାର ଦେଖାଯାଉଛି।

ପାଟନା ୧୯।୨: ଇଣ୍ଟରନେଟ୍ ରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚିନ୍ତା ବଢେଇ ଦେଇଛି। ଏଥିରେ କଥିତ ରୂପେ ବିହାରରେ ଏକ ନିର୍ମାଣାଧୀନ ଘର କାନ୍ଥରେ ୧୧ କେଭିର ହାଇ ଭୋଲ୍ଟେଜ ବିଦ୍ୟୁତ ଲାଇନକୁ ଆରପାର କରାଯାଇଥିବା ଦେଖାଯାଇଛି। କ୍ଲିପରେ ବିଦ୍ୟୁତ ତାର ନିର୍ମାଣଧୀନ ଘର ଦେଇ ଯାଉଥିବାର ଦେଖାଯାଉଛି। ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଘର ଦେଇ ୧୧ କେଭି ତାର ଯାଉଥିବା କହୁଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ ହେବା ପରଠାରୁ ଭାଇରାଲ ହୋଇଯାଇଛି। ଏଣୁ ନେଟିଜେନ୍ସ, ସୁରକ୍ଷା ସମ୍ପର୍କିତ ଚିନ୍ତା ପ୍ରକଟ କରିଛନ୍ତି।

ଭିଡିଓ ଫୁଟେଜରେ ବିଦ୍ୟୁତ ତାର ବିଲ୍ଡିଂର କାନ୍ଥ ଓ ଛାତର ଖୁବ୍ ନିକଟରେ ଦେଖାଯାଉଛି। ଏହା ଅତ୍ୟନ୍ତ ବିପଦଜନକ, କାରଣ ୧୧ କେଭି ତାରରେ ବହୁମାତ୍ରାରେ ବିଦ୍ୟୁତ ପ୍ରବାହୀତ ହୋଇଥାଏ। ଏଣୁ ଏହି ବିଦ୍ୟୁତ ଲାଇନକୁ ସାଧାରଣତଃ ଆବାସୀୟ କ୍ଷେତ୍ରରୁ ଦୂରରେ ରଖା ଯାଏ। ଭିଡିଓରୁ ସ୍ପଷ୍ଟ ହୋଇ ପାରୁନି ଘରର ନିର୍ମାଣ କେବେ ହୋଇଥିଲା, ସେହିପରି ବିଦ୍ୟୁତ ତାର ଘରର ନିର୍ମାଣ ପରେ ନା ପୂର୍ବରୁ ବିଛା ଯାଇଛି ତାହା ବି ସ୍ପଷ୍ଟ ଜଣାପଡୁ ନାହିଁ। ତେବେ ଅନଲାଇନରେ ଭିଡିଓକୁ ଲୋକେ ସମାଲୋଚନା କରୁଛନ୍ତି।

କେତେକ ୟୁଜର ୧୧ କେଭି ତାରର ଏପରି ସ୍ଥିତିକୁ ଦେଖି କ୍ରୋଧିତ ହେଉଛନ୍ତି। କାରଣ ଏପରି ବିଦ୍ୟୁତ ଲାଇନ ଆଖାପାଖରେ ଘର ନିର୍ମାଣ କରିବା ମାନବ ଜୀବନ, ସୁରକ୍ଷା କୋଡ ଓ ଏପରିକି ବିଦ୍ୟୁତ ନିୟମ ପ୍ରତି ଶୂନ୍ୟ ସମ୍ମାନ ଦର୍ଶାଉଥିବା ନେଟିଜେନ୍ସ କହିଛନ୍ତି। ଏଣୁ ମାମଲାର ତୁରନ୍ତ ସମାଧାନ ନିତ୍ୟାନ୍ତ ଆବଶ୍ୟକ ବୋଲି ୟୁଜର ଲେଖିଛନ୍ତି। ତେବେ ଭାଇରାଲ ଭଡିଓ ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଆସି ନାହିଁ। ହେଲେ ହାଇଭୋଲଟେଜ ତାରରୁ ସୁରକ୍ଷିତ ଦୂରତା ଅବଲମ୍ବନ କରାନଗଲେ ବିପଦ ଉପୁଜିପାରେ ବୋଲି କହୁଛନ୍ତି।

ଏପରି ତାରର ସିଧା ସମ୍ପର୍କରେ ଆସିଲେ ପୋଡିଯିବା, ବିଦ୍ୟୁତ ଆଘାତ ଲାଗିବା ଓ ଅନ୍ୟ ଗୁରୁତର ଦୁର୍ଘଟଣାର ସମ୍ଭାବନା ରହିଛି। ସିଧା ସମ୍ପର୍କରେ ନ ଆସିଲେ ବି ବିଦ୍ୟୁତ ଚାର୍ଜ ହୋଇଯିବାର ମଧ୍ୟ ଅନେକ ଭୟ ରହୁଛି। ଖାସ କରି ବର୍ଷା ଓ ଶୀତ କାକର ଦିନରେ ଏପରି ଦୁର୍ଘଟଣାର ଭୟ ସର୍ବାଧିକ। ଏଣୁ ବିଶେଷଜ୍ଞମାନେ ସାଧାରଣତଃ ହାଇଭୋଲଟେଜ୍ ଲାଇନ ନିକଟରେ ଗୃହ ନିର୍ମାଣ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହି ଭିଡିଓ ଅପଲୋଡ ହେବା ପରଠାରୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୯୨ ହଜାର ଥର ଦେଖାଯାଇ ସାରିଲାଣି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button