ଅନଲାଇନ୍ରେ ହୋଇପାରେ ଯୁକ୍ତ ୨ କଳା ଖାତାଦେଖା, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଲାଗିବ AI କ୍ୟାମେରା

ଭୁବନେଶ୍ବର ୧୩।୧: ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍ରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କଳା ବିଭାଗ ଖାତାଦେଖା ଅନଲାଇନ୍ରେ ହେବା ପାଇଁ ପ୍ରସ୍ତୁତି କରାଯାଉଛି । ଚୂଡ଼ାନ୍ତ ପାଇଁ ବଜେଟ୍ ଫାଇନାଲ ହୋଇନାହିଁ । ବଜେଟ୍ ଆପ୍ରୁଭାଲ୍ ହେଲେ ସେନେଇ ନିଷ୍ପତି ନିଆଯାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଅନଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି । ଆନୁସଙ୍ଗୀକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ । ଟାଇମ୍ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ନେଇ ବିଭାଗ ଯୋଜନା କରୁଛି, ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଆପ୍ରୁଭାଲ୍ ମିଳିଲେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ AI କ୍ୟାମେରା ପରୀକ୍ଷା ପ୍ରଶ୍ନପତ୍ର ଜଗିବ । ଗତଥର ଏଚଏସଇ ପରୀକ୍ଷାରେ AI କ୍ୟାମେରା ଲାଗିଥିଲା । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ AI କ୍ୟାମେରା ଲାଗିବା ଦ୍ବାରା ସ୍ବଚ୍ଛତାର ସହ ପରିକ୍ଷା ପରିଚାଳନା ହୋଇପାରିବ । ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଏହି ବ୍ୟବସ୍ଥା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ସୌଜନ୍ୟ Prameya News7




