ଓଡିଶା

ଅନୁଗୁଳରେ ଜିନ୍ଦଲ ଷ୍ଟିଲର ରେକର୍ଡ ! ବର୍ଷକରେ ଡବଲ୍‌ ହୋଇଗଲା ଅଶୋଧିତ ଇସ୍ପାତ ଉତ୍ପାଦନର କ୍ଷମତା

ନୂଆଦିଲ୍ଲୀ,୨୪/୦୩: ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ଇଣ୍ଟିଗ୍ରେଟେଡ୍ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍ ଅକ୍ସିଜେନ୍ ଫର୍ଣ୍ଣେସ୍ (BOF-3)କୁ କାର୍ଯ୍ୟକ୍ଷମ କରି ବାର୍ଷିକ ୬ ନିୟୁତ ଟନ କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ କରିଛି । ଏହା ଦ୍ୱାରା ଅନୁଗୁଳ କାରଖାନାର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୧୨ ନିୟୁତ ଟନକୁ ବୃଦ୍ଧି ପାଇଛି। ଏହା ଦେଶର ଅନ୍ୟତମ ସର୍ବବୃହତ ସମନ୍ୱିତ ଇସ୍ପାତ କାରଖାନା ମଧ୍ୟରେ ସାମିଲ ହୋଇଛି।

ଏହି ପର୍ଯ୍ୟାୟ ସମ୍ପ୍ରସାରଣରେ କୋକଓଭନ, ସିଆରଏମ କମ୍ପ୍ଲେକ୍ସ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସମେତ ଅପଷ୍ଟ୍ରିମ ଓ ଡାଉନଷ୍ଟ୍ରିମ ବ୍ୟବସ୍ଥା ବିଓଏଫ-୨ ଏବଂ ବିଓଏଫ-୩ କାର୍ଯ୍ୟକ୍ଷମ ହୋଇଛି। ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଛି। ଏହି ସମ୍ପ୍ରସାରଣ ପରେ ଜିନ୍ଦଲ ଷ୍ଟିଲର ଇସ୍ପାତ ଉତ୍ପାଦନ କ୍ଷମତା ୧୫.୬ ଏମଟିପିଏକୁ ବୃଦ୍ଧି ପାଇଛି। ଯେଉଁଥିରେ ରାୟଗଡ଼ ପ୍ଲାଣ୍ଟର ୩.୬ ଏମଟିପିଏ କ୍ଷମତା ମଧ୍ୟ ଅନ୍ତର୍ଭୁକ୍ତ।

ଏହି ବର୍ଦ୍ଧିତ କ୍ଷମତା ଉତ୍ପାଦନ ଏବଂ ପ୍ଲାଣ୍ଟ ବ୍ୟବହାରକୁ ଆହୁରି ଉନ୍ନତ କରିବ। ଏହା କମ୍ପାନୀକୁ ରାଜସ୍ୱ ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ। ଦେଶ ନିର୍ମାଣ ପାଇଁ ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ହାସଲ ଓ ଦେଶୀୟ ଇସ୍ପାତ ଉତ୍ପାଦନ କ୍ଷମତାରେ ଅଭିବୃଦ୍ଧିକୁ ଏହି ସମ୍ପ୍ରସାରଣ ଆହୁରି ମଜଭୁତ କରିବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button