ଓଡିଶାଜିଲ୍ଲାମହାନଗର

ଅଶାନ୍ତ ଚିକିଟି, ଘର ଆଗରେ ଫୁଟିଲା ଦୁଇଟି ବୋମା

ଗଞ୍ଜାମ ପୁଣି ଅଶାନ୍ତ । ଚିକିଟିରେ ଫୁଟିଲା ଦୁଇଟି ବୋମା । ବାଇକରେ ଆସି ଘର ଉପରକୁ ବୋମା ଫିଙ୍ଗି ଫେରାର ହେଲେ ଦୁଇ ଦୁର୍ବୃତ୍ତ

ଦିଗପହଣ୍ଡି ୦୨।୦୪ : ଗଞ୍ଜାମ ପୁଣି ଅଶାନ୍ତ । ଚିକିଟିରେ ଫୁଟିଲା ଦୁଇଟି ବୋମା । ବାଇକରେ ଆସି ଘର ଉପରକୁ ବୋମା ଫିଙ୍ଗି ଫେରାର ହେଲେ ଦୁଇ ଦୁର୍ବୃତ୍ତ । କେ. ନୂଆଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଚିକିଟି ନେଳିଆ ବନ୍ଧ ନିକଟରେ ଘଟିଲା ଅଘଟଣ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ନେଳିଆ ବନ୍ଧ ନିକଟରେ ଥିବା ଘର ଉପରକୁ ବୋମା ଫିଙ୍ଗିଥିଲେ। ଗେଟ୍ ସାମ୍ନାରେ ବୋମା ଫିଙ୍ଗି ଫେରାର ମାରିଥିଲେ ଦୁର୍ବୃତ୍ତ । ତେବେ ବୋମାମାଡ଼ରେ ବଡ଼ଧରଣର କ୍ଷତି ହୋଇନାହିଁ । ହେଲେ କିଏ ଓ କାହିଁକି ଦୁଇଟି ବୋମା ଘର ଉପରକୁ ଫିଙ୍ଗିଲେ । ସେନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡିନାହିଁ । ତେବେ ବୋମାମାଡ଼ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅନ୍ୟପଟେ କେ.ନୂଆଗାଁ ପୋଲିସ ଘଟଣାର ତଦନ୍ତ କରୁଛି । ବାକି ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ବିଭିନ୍ନ ଦିଗକୁ ନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button