ଜିଲ୍ଲାରାଜ୍ୟ

ଅଷ୍ଟପ୍ରହରୀରେ ନାଚୁଥିବା ବେଳେ ଘଟିଲା ଅଘଟଣ, ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର: ଚାଲିଥିଲା ଅଷ୍ଟପ୍ରହରୀ। ସମସ୍ତେ ଭକ୍ତିଗୀତରେ ଢ଼ୋଲ- ମୃଦଙ୍ଗ ତାଳେ ତାଳେ ନୃତ୍ୟ କରୁଥିଲେ। ହେଲେ ଏହି ସମୟରେ ଘଟିଲା ବଡ଼ ଅଘଟଣ। ପ୍ରହରୀରେ ଲାଗିଥିବା ଫ୍ୟାନରୁ ବିଦ୍ୟୁତ ଆଘାତ ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର କନ୍ଧାପାଲିପଡ଼ାରେ। ମୃତକ ହେଉଛନ୍ତି ଗାଁର ରୋନିତ ନାଗ (୩୨)।

ସୂଚନା ଅନୁସାରେ, କନ୍ଧପାଲିପଡ଼ାରେ ଖ୍ରୀଷ୍ଟୀୟ ସମାଜ ପକ୍ଷରୁ ଅଷ୍ଟପ୍ରହରୀର ଆୟୋଜନ କରାଯାଇଥିଲା। ଯେଉଁଥରେ ଭାଗ ନେଇଥିଲେ ରୋନିତ। ବେଶ୍ ଖୁସି ମଜାରେ ସେ ପରିବାର ସହ ଭକ୍ତିରେ ନୃତ୍ୟ ମଧ୍ୟ କରୁଥିଲେ। ତେବେ ଏହାରି ମଧ୍ୟରେ ସେ ଲକ୍ଷ୍ୟ କରିଥିଲେ ଯେ, କିଛି ଲୋକ ଗରମ କାରଣରୁ ଅସୁବିଧା ହେଉଛି। ତେଣୁ ସେ ସେମାନଙ୍କ ଉପରେ ପାଣି ସ୍ପ୍ରେ କରିଥିଲେ। ଫଳରେ ତାଙ୍କ ହାତ ଓଦା ହୋଇଯାଇଥିଲା।

ଆଉ ଏହାପରେ ସେ ସେହି ଓଦା ହାତରେ ଅଷ୍ଟ୍ରପ୍ରହରୀ ମଣ୍ଡପରେ ଲାଗିଥିବା ଏକ ଫ୍ୟାନକୁ ଭୁଲବଶତଃ ଛୁଇଁଦେଇଥିଲେ। ଏମିତିରେ ଫ୍ୟାନରୁ ଶକ୍ତ ବିଦ୍ୟୁତ ଝଟକା ଲାଗିଥିଲା। ଯାହା ଫଳରେ ଘଟଣାସ୍ଥଳରେ ପଡ଼ି ଯାଇଥିଲେ ରୋନିତ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ରୋନିତକୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ରୋନିତଙ୍କ ପରିବାର କହିଲେ, କେବଳ ବିଧବା ମାଆ। ରୋନିତ ହିଁ ପରିବାରର ରୋଜଗାରିଆ ପୁଅ ଥିଲେ। ତେଣୁ କ୍ଷତିପୂରଣ ପାଇଁ ଖ୍ରୀଷ୍ଟୀୟ ସମାଜ ପକ୍ଷରୁ ଦାବି କରାଯାଇଛି।

 

 

 

ସୌଜନ୍ୟ Prameya News7

Show More
Back to top button