ରାଜ୍ୟ

Tennis: ସିଏସ୍‌୭ ଟେନିସ୍‌: ସୂୟାଶଙ୍କୁ ଦ୍ବିମୁକୁଟ

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ କମ୍ପ୍ଲେକ୍ସଠାରେ ଖୋରଧା ଜିଲ୍ଲା ଟେନିସ ସଂଘ (କେଡିଟିଏ) ଆନୁକୂଲ୍ୟରେ ଆୟୋଜିତ ୧୬ ବର୍ଷରୁ କମ୍‌ ବାଳକ ଆଇଟା-ଓଟିଏ ଚାମ୍ପିଅନ୍‌ସିପ୍‌ ସିରିଜ୍‌ (ସିଏସ୍‌୭) ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଶାର ସୂୟାଶ ପଟ୍ଟନାୟକ ଦ୍ବିମୁକୁଟ ହାସଲ କରିଛନ୍ତି।

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ କମ୍ପ୍ଲେକ୍ସଠାରେ ଖୋରଧା ଜିଲ୍ଲା ଟେନିସ ସଂଘ (କେଡିଟିଏ) ଆନୁକୂଲ୍ୟରେ ଆୟୋଜିତ ୧୬ ବର୍ଷରୁ କମ୍‌ ବାଳକ ଆଇଟା-ଓଟିଏ ଚାମ୍ପିଅନ୍‌ସିପ୍‌ ସିରିଜ୍‌ (ସିଏସ୍‌୭) ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଶାର ସୂୟାଶ ପଟ୍ଟନାୟକ ଦ୍ବିମୁକୁଟ ହାସଲ କରିଛନ୍ତି। ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଉଭୟ ଏକକ ଓ ଯୁଗଳରେ ବିଜେତା ହୋଇ ରାଜ୍ୟ ପାଇଁ ଗର୍ବ ଓ ‌ଗୌରବ ଆଣିଛନ୍ତି। ଏକକ ଫାଇନାଲ୍‌ରେ ସେ ସିଧାସଳଖ ୬-୦, ୬-୦ ସେଟ୍‌ରେ ପଶ୍ଚିମବଙ୍ଗର ସାଇରାହଶ ଝାଙ୍କୁ ପରାସ୍ତ କରିଥିଲେ।

ଯୁଗଳ ଫାଇନାଲ୍‌ରେ ସୂୟାଶ ଓ ତାଙ୍କ ଝାଡ଼ଖଣ୍ଡ ସାଥୀ ସଫଳ ଆଗମନ ୬-୩, ୫-୭, ୧୦-୮ରେ ପଶ୍ଚିମବଙ୍ଗ ଯୋଡ଼ି ରିୟାନ ଚାଟାର୍ଜୀ ଓ ବିଶାଳ ହଲଦାରଙ୍କୁ ହରାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ, କେଡିଟିଏ ସମ୍ପାଦକ ଅସିତ ପ୍ରଧାନ, ପ୍ରତିଯୋଗିତା ନି‌ର୍ଦେଶକ ରାଜେଶ କାନୁନ୍‌ଗୋ, ରେଫରି ଯତୀନ ବତ୍ସ୍ୟ ଓ ପ୍ରବନ୍ଧକ ପ୍ରକାଶ ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ସହ ପଶ୍ଚିମବଙ୍ଗ, ଆସାମ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button