ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ । ମୋଦୀଙ୍କ ମେନ୍ୟୁରେ, ସନ୍ତୁଳା, ଡାଲମା, ଜହ୍ନି ରାଇ, ମୁଗ ଡାଲି ଖେଚୁଡ଼ି, ଛେନା ପୋଡ଼

କନକ ବ୍ୟୁରୋ: ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ। ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରାତ୍ରି ଭୋଜନରେ ପ୍ରାୟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା। ସନ୍ତୁଳା, ଜହ୍ନି ରାଇ, ଡାଲମା, ଭେଣ୍ଡି ଭୁଜି, ଆଳୁ ମେଥି, ଡାଲ ମଖାନୀ, ମଟର ପନୀର, ଗୁଜରାଟୀ କଢ଼ି, ଭେଜ୍ ଦମ୍ ବିରିୟାନି, ମୁଗ ଡାଲି ଖେଚୁଡ଼ି, ରୁଡି, ଛେନା ପୋଡ଼ ଆଦି ମୋଦୀଙ୍କୁ ପରସା ଯାଇଥିଲା। ପ୍ରଧାନମନ୍ତ୍ରୀ ସୁଦ୍ଧ ଶାକାହାରୀ ହୋଇଥିବାରୁ ତାଙ୍କ ଖାଦ୍ୟ ପାଇଁ ସ୍ବତନ୍ତ୍ର ଧ୍ୟାନ ରଖିଥିଲା ରାଜ୍ୟ ବିଜେପି।

ସୌଜନ୍ୟ-କନକ

Related Articles

Back to top button