ରାଜନୀତି

ଏକାଠି ଚା’ ପିଇଲେ ମୋଦି-ପ୍ରିୟଙ୍କା, ହସି ହସି କଥା ହେଲେ

ପାର୍ଟିରେ ପ୍ରିୟଙ୍କା ଗାନ୍ଧୀ ସାମିଲ ହେବା ଚର୍ଚ୍ଚାର ବିଷୟହୋଇଛି। କାରଣ ପୂର୍ବ ଅଧିବେଶନରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ଦଳ ଚା ପାର୍ଟିକୁ ବର୍ଜନ କରିଥିଲେ।

ନୂଆଦିଲ୍ଲୀ:ସଂସଦରେ ଆକ୍ଷେପ, ବିତର୍କ, ପ୍ରତିବାଦ। ଭିବି-ଜି ରାମ୍-ଜି ବିଲକୁ ନେଇ ବିରୋଧୀଙ୍କ ନାରାବାଜିରେ ତାତିଥିଲା ଶୀତକାଳୀନ ଅଧିବେଶନ। ଆରମ୍ଭରୁ ଶେଷ ଯାଏଁ ପ୍ରତିବାଦ- ତର୍କ ବିତର୍କରେ ମୁହାମୁହିଁ ହୋଇଥିଲେ ଶାସକ-ବିରୋଧୀ। କିନ୍ତୁ ସଂସଦର ଉଷ୍ମତାକୁ ଥଣ୍ଡା କରିଛି ବାଚସ୍ପତିଙ୍କ ଟି-ପାର୍ଟି।ଅଧିବେଶନଶେଷରେଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକ ଚାପାର୍ଟିର ଆୟୋଜନ କରିଥିଲେ।। ଏହି ଟି ପାର୍ଟିରେବିରୋଧୀ ସାଂସଦମାନେ ମଧ୍ୟ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିରେ ପ୍ରିୟଙ୍କା ଗାନ୍ଧୀ ବିରୋଧୀ ଦଳର ନେତୃତ୍ୱ ନେଇଥିଲେ।

ଏଇପାର୍ଟିରେକଂଗ୍ରେସର ପ୍ରତିନିଧିତ୍ୱ କରିଥିଲେପ୍ରିୟଙ୍କା। ବାଚସ୍ପତିଙ୍କ କାର୍ଯ୍ୟାଳୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଖରେ ପ୍ରିୟଙ୍କା ଗାନ୍ଧୀଙ୍କବସିଥିବାର ଦେଖାଦେଯାଇଥିଲା। ସବୁଠୁ ମଜାଳିଆ କଥା ହେଲାବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତହସଖୁସିରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା।

ବୈଠକ ପ୍ରାୟ୨୦ମିନିଟ୍ ଧରି ଚାଲିଥିଲା। ଶାସକ ଦଳ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ଅନେକସୌଜନ୍ୟମୂଳକ କଥାବାର୍ତ୍ତାଥିଲା। ପ୍ରିୟଙ୍କା କହିଥିଲେ ଯେ ସେ ଆଲର୍ଜିରୁ ରକ୍ଷା ପାଇବା ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ୱାୟାନାଡରୁ ଏକ ଔଷଧି ଖାଆନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜନାଥ ସିଂହହସିଥିଲେ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଥିଓପିଆ,ଜୋର୍ଡାନ ଏବଂ ଓମାନ ଯାତ୍ରା ବିଷୟରେ ମଧ୍ୟ ପଚାରିଥିଲେ ପ୍ରିୟଙ୍କା। ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ଦେଇଥିଲେ ଯେ ଯାତ୍ରାବହୁତଭଲ ଥିଲା।

ଅଧିବେଶନ ଶେଷ ହେବା ପରେ ସଂସଦୀୟ ପରମ୍ପରାରହିଛି।ଅଧିବେଶନ ଶେଷରେ,ସମସ୍ତ ସାଂସଦ ବାଚସ୍ପତିଙ୍କ ଦ୍ୱାରା ଆୟୋଜିତ ଏକଟି-ପାର୍ଟିରେ ଯୋଗ ଦିଅନ୍ତି। ଏହା ଏକ ପାରମ୍ପରିକ ସମାବେଶ। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ଦଳର ସଦସ୍ୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଏବଂ ସଦ୍ଭାବନାର ପରିବେଶ ବଜାୟ ରଖିବା।

ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ,ଏନସିପିର ସୁପ୍ରିୟା ସୁଲେ ଏବଂ ସିପିଆଇ ନେତା ଡି. ରାଜା ମଧ୍ୟ ଉପସ୍ଥିତ ଥିଲେ। ଯାଦବ କହିଥିଲେ ଯେ ଅଧିବେଶନ ଟିକିଏ ଅଧିକ ସମୟ ଚାଲିପାରିଥାନ୍ତା। ପ୍ରଧାନମନ୍ତ୍ରୀ ମୋଦୀ ମଜା କରିକହିଥିଲେ ଯେ ଗଳା ଯନ୍ତ୍ରଣା ଏଡାଇବା ପାଇଁ ଅଧିବେଶନକୁ ଛୋଟ ରଖାଯାଇଥିଲା।

 

ସୌଜନ୍ୟ ସମ୍ବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button